ଆଜି ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ବନ୍ଦ
ବାରିପଦା: ପର୍ଯ୍ୟଟନ ସ୍ଥଳୀ ଶିମିଳିପାଳ । ଏହି ଦିନ ଗୁଡ଼ିକରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ମଧ୍ୟ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥାଏ ଶିମିଳିପାଳ ଅଭୟାରଣ୍ୟରେ । କିନ୍ତୁ ଆଜି ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ବନ୍ଦ। ମୟୂରଭଞ୍ଜ ଜିଲ୍ଲାରେ ଗତକାଲି ରାତିରୁ ପ୍ରବଳ ବର୍ଷା ହେଉଛି। ଅଦିନିଆ ବର୍ଷାକୁ ଦୃଷ୍ଟିରେ ରଖି ପର୍ଯ୍ୟଟକ ମାନଙ୍କ ପାଇଁ ଅଭୟାରଣ୍ୟ ଭିତରକୁ ପ୍ରବେଶ ବାରଣ କରାଯାଇଛି।
କେବଳ ରାତ୍ରୀ ରହଣୀ ପାଇଁ ଅନୁମତି ଦିଆଯାଇଛି। ପ୍ରବଳ ବର୍ଷା ଯୋଗୁଁ ରାସ୍ତା ଉପରେ ପାଣି ଚାଲୁଛି। ଫଳରେ ଗାଡି ଯାତାୟତରେ ସମସ୍ୟା ସୃଷ୍ଟି ହୋଇଛି।
Powered by Froala Editor