ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ରାଜାଙ୍କ ପରଲୋକ
ବ୍ରହ୍ମପୁର: ବିଶିଷ୍ଟ ପକ୍ଷୀ ବିଶାରଦ ତଥା ଗଞ୍ଜାମ ଜ଼ିଲ୍ଲା ସାନ ଖେମୁଣ୍ଡି ରାଜା ଡ଼ଃ ଉଦୟ ନାରାୟଣ ଦେବଙ୍କ ୮୬ ବର୍ଷ ବୟସ ରେ ଭୁବନେଶ୍ୱର ବାସ ଭବନ ରେ ପରଲୋକ ହୋଇଯାଇଛି। ମର ଶରୀର ଆମ୍ବୁଲାନ୍ସ ଯୋଗେ ପୋଡାମାରି କୁ ଆସିବାର କାର୍ଯ୍ୟକ୍ରମ ରହିଛି । ରାଜା ଙ୍କ ଜନ୍ମ ୧୯୩୫ ମସିହାରେ ହୋଇଥିଲା । ଉଦୟ ନାରାୟଣ ମାତ୍ର ୪ ବର୍ଷ ୬ ମାସ ବୟସରେ ସାନଖେମୁଣ୍ଡି ରାଜା ଭାବେ ଅଭିଷିକ୍ତ ହୋଇଥିଲେ । ରାଜନୀତି କ୍ଷେତ୍ର ରେ ସାନ ଖେମୁଣ୍ଡି ବ୍ଲକ୍ ଅଧ୍ୟକ୍ଷ ଓ ମୋହନା ବିଧାନସଭା ଆସନ ରୁ ୧୯୭୪ ରେ ଉତ୍କଳ କଂଗ୍ରେସ ରୁ ବିଧାୟକ, ୧୯୭୭ ରେ ସ୍ୱାଧୀନ, ଓ ୧୯୮୦ ରେ ଲୋକଦଳ ରୁ ୩ ଥର ବିଧାୟକ ରୂପେ ନିର୍ବାଚିତ ହୋଇଥିଲେ।
ଖ୍ୟାତିସମ୍ପନ୍ନ ପକ୍ଷୀ ବିଶେଷଜ୍ଞ ଭାବେ ସମଗ୍ର ଭାରତ ରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ବାର୍ଡସ ଅଫ୍ ଚିଲିକା, ବାର୍ଡ ୱାଚ୍, ବିହଙ୍ଗ ସଂହିତା, ପକେଟ ଡିକ୍ସନାରୀ ଅଫ୍ ବାର୍ଡ୍ସ୍ ଆଦି ବହୁ ପୁସ୍ତକ ସ୍ତମ୍ଭ ପ୍ରକାଶ କରିଛନ୍ତି।
Powered by Froala Editor