ଗାଈ ପାଇଁ ଜିଲ୍ଲାପାଳଙ୍କୁ ଗୁହାରୀ କଲେ ବୃଦ୍ଧା

ଗାଈ ପାଇଁ ଜିଲ୍ଲାପାଳଙ୍କୁ ଗୁହାରୀ। ଜିଲ୍ଲାପାଳଙ୍କ ଗାଡ଼ି ଆଗରେ ଗୁରୁଣ୍ଡି ଗୁରୁଣ୍ଡି ଗୁହାରୀ କଲେ ବୃଦ୍ଧା। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଅଫିସ ଆଗରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଭିକ୍ଷା ମାଗି ଚଳୁଥିବା ତରାସ ବାଘ ନାମକ ବୃଦ୍ଧା ଚାରି ଚାରିଟି ଗାଈକୁ ପାଳନ କରୁଥିଲେ। ତେବେ ଗାଈଗୁଡ଼ିକୁ ସୁବର୍ଣ୍ଣପୁର ପୌର ପରିଷଦ ଉଠାଇ ନେଇ କାଞ୍ଜିଆହତାରେ ରଖିଥିଲା।
ପୌର ପରିଷଦ ପକ୍ଷରୁ ବୁଲା ଗାଈମାନଙ୍କୁ କାଞ୍ଜିଆହତାର ରଖାଯାଉଥିବାରୁ ପୌର କର୍ମଚାରୀ ଗାଈଟିକୁ ନେଇ ଯାଇଥିଲେ। ଏହାକୁ ନେଇ ଭାଙ୍ଗି ପଡିଥିଲେ ବୃଦ୍ଧା ଜଣକ। ତେବେ ଗାଈମାନଙ୍କୁ ଫେରାଇ ଆଣିବାକୁ ସେ ସିଧାସଳଖ ଜିଲ୍ଲାପାଳଙ୍କୁ ଗୁହାରି କରିଛନ୍ତି। ଏପରିକି ଜରିମାନା ଅର୍ଥ ଦେଇ ଗାଈମାନଙ୍କୁ ଫେରାଇ ଦେବାକୁ ସେ ନିବେଦନ କରିଥିଲେ।
Powered by Froala Editor