ଶୌଚାଳୟରେ ନବଜାତ କନ୍ୟାକୁ ଛାଡି ପଳାଇଲା ମା

ପୁରୀ: ଦେଶରେ ‘ବେଟି ବଚାଓ, ବେଟି ପଢାଓ’ ନାରା ଜାରି ରହିଥିବାବେଳେ ଦିନକୁ ଦିନ କନ୍ୟାସନ୍ତାନକୁ ନେଇ ଅନେକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଆଜି ନବଜାତ କନ୍ୟାକୁ ଛାଡି ପଳାଇଛି ମା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ସଦର ମୁଖ୍ୟ ଚିକିସôାଳୟରେ ।
ପୁରୀ ସଦର ମୁଖ୍ୟ ଚିକିସôାଳୟର ସ୍ତ୍ରୀ ଓ ପ୍ରସୂତି ଚବିଭାଗର ଚତୁର୍ଥ ମହାଲା ଶୌଚାଳୟରେ ଛାଡି ପଳାଇଲା ମା । ପ୍ରସୂତି ପାଇଁ ଭର୍ତ୍ତି ହୋଇଥିବା ଜଣେ ମହିଳା ହସପିଟାଲ ଆଉଟଡୋର ଶୌଚାଳୟ ଶିଶୁ କନ୍ୟାକୁ ଜନ୍ମ ଦେଲେ । ଶିଶୁକନ୍ୟାକୁ ଜନ୍ମ ଦେଇ ଛୁ ମାରିଲେ ମହିଳା । ସୁଇପର ଏହାକୁ ଦେଖିବା ପରେ ତାକୁ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଛନ୍ତି । କର୍ମଚାରୀ ଏହା ଜାଣିବା ପରେ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ଉଦ୍ଧାର ନବଜାତ କନ୍ୟା ଗୁରୁତର ଅବସ୍ଥାରେ ଚିକିସôାଧୀନ ଅଛି ।
ଖବର ପାଇଁ ଚାଇଲଡ ହେଲ୍ପ ଲାଇନ କର୍ମକର୍ତ୍ତା ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଉଦ୍ଧାର ଶିଶୁ କନ୍ୟାର ସ୍ୱାସ୍ଥ୍ୟବସ୍ଥା ଭଲ ରହିଛି । ତେବେ କେଉଁ ପରିସ୍ଥିତିରେ ଗର୍ଭବତୀ ମହିଳା ଶିଶୁକନ୍ୟା ଜନ୍ମ କଲେ ତାକୁ ନେଇ ଚର୍ଚ୍ଚା ।
Powered by Froala Editor