+୨ପରୀକ୍ଷାକୁ ନେଇ ତେଜୁଛି ଆନେ୍ଦାଳନ, ବାତିଲ ଦାବିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
କେନ୍ଦୁଝର: +୨ପରୀକ୍ଷାକୁ ନେଇ ତେଜୁଛି ଆନେ୍ଦାଳନ । କରୋନା ଯୋଗୁଁ ପାଠପଢାରେ ଅବହେଳା ହେବା ସହ ସିଲାବସ୍ ବି ଶେଷ ହୋଇନାହିଁ ଓ ସେଥିପାଇଁ +୨ ବୋର୍ଡ ପରୀକ୍ଷାକୁ ବାତିଲ୍ ଦାବିରେ ରାଜ୍ୟର ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଆନେ୍ଦାଳନ କରୁଛନ୍ତି ।
ତେବେ ପୁଣି ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ ଅଲ୍ ଓଡିଶା ଷ୍ଟୁଡେଣ୍ଟ ୟୁନିଅନ ପକ୍ଷରୁ ଛାତ୍ରଛାତ୍ରୀ ସ୍ଥାନୀୟ ଗାନ୍ଧୀ ଛକରେ ରାସ୍ତା ଅବରୋଧ କରି ଧାରଣାରେ ବସିଛନ୍ତି । ଫଳରେ ଯାତାୟତ ବ୍ୟାହାତ ହୋଇଛି । ଏଥିରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲା ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ୍ ମୁତୟନ କରାଯାଇଛି । ପୂର୍ବରୁ ଏହି ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀ ଧାରଣା ଦେଇଥିଲେ ।
ସୂଚନାଥାଉକି ଗତକିଛି ଦିନ ତଳେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପରୀକ୍ଷା କରାଯିବ ବୋଲି ଘୋଷଣା କରିଥିଲେ । ତେବେ ଏହାର ପ୍ରତିବାଦ କରି ପରୀକ୍ଷା ବାତିଲ କରିବାକୁ କିଛି ପିଲା ଆନେ୍ଦାଳନ କରୁଥିବାବେଳେ ଆଉ କିଛି ପରୀକ୍ଷା କରାଯିବାକୁ ଦାବି କରିଥିଲେ । ତେବେ ପରକ୍ଷା ହେବ କି ନାହିଁ, ତାହା ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ ।
Powered by Froala Editor