ଆଜି ରାଜ୍ୟରେ ୩ହଜାର ୬୨୯କରୋନା ପଜିଟିଭ୍
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୩ହଜାର ୬୨୯କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୨ହଜାର ୧୧୫ଜଣ ରହିଥିବାବେଳେ ୧ହଜାର ୫୧୪ସ୍ଥାନୀୟ ସଂକ୍ରମଣ ରହିଛି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୮ବର୍ଷରୁ କମ୍ ୫୧୫ଜଣ ଛୁଆ ଅଛନ୍ତି। ଯାହା ଚିନ୍ତାର କାରଣ ପାଲଟିଛି।
ବର୍ତ୍ତମାନ ସୁଦ୍ଧା ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୫୯ହଜାର ୪୦୫କୁ ବୃଦ୍ଧି ପାଇଛି।
Powered by Froala Editor