ଚାଲିଗଲା ‘ବିଜୟା’ର ଶାବକ ‘ବଂଶୀ’

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳା ବାଘୁଣୀ ‘ବିଜୟା’ର ଶାବକର ମୃତ୍ୟୁ ହୋଇଛି। ଗତ ୧୦ଦିନ ହେଲା ବାଘ ସଫାରୀରେ ମା’ ସହିତ ତିନି ଶାବକଙ୍କୁ ଛଡା ଯାଇଥିଲା । ଗତ ୩ ଦିନ ହେଲା ଦୁଇ ଶାବକ ଓ ମା’ ଫିଡିଂ ଚାମ୍ବରକୁ ଆସୁଥିଲେ। କିନ୍ତୁ ତୃତୀୟ ଅଣ୍ଡିରା ଶାବକ ବଂଶୀ ଆଉ ଫେରି ନଥିଲା। ଆଜି ଜଣା ପଡିଲା ଯେ ତୃତୀୟ ଶାବକର ମୃତ୍ୟୁ ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛନ୍ତି କର୍ତ୍ତୃପକ୍ଷ ।
ସୂଚନାଯୋଗ୍ୟ, ଧଳା ବାଘୁଣୀ ବିଜୟା ସହିତ ସେଫ୍ ମିଳନରୁ ଗତ ମାର୍ଚ୍ଚ ମାସରେ ତିନୋଟି ଛୁଆ ଜନ୍ମ ହୋଇଥିଲା । ଏବେ ବିଜୟାର ଛୁଆ ମାନଙ୍କୁ ପ୍ରାୟ ୧୦ ମାସ ହୋଇଛି । ନନ୍ଦନକାନନର ପ୍ରତିଷ୍ଠା ଦିବସ ଅବସରରେ ବିଜୟାର ଛୁଆ ମାନଙ୍କର ନାମକରଣ କରାଯାଇଥିଲା। ବାଘ ଶାବକଙ୍କ ନାଁ ରକି, ବଂଶୀ (ମୃତ) ଓ ରାକେଶ ରଖାଯାଇଥିଲା। ବାଘ ଶାବକ ବଂଶୀର ମୃତ୍ୟୁ ପରେ ଏବେ ନନ୍ଦନକାନନରେ ବାଘ ସଂଖ୍ୟା ୨୮କୁ ଖସିଆସିଛି ।
Powered by Froala Editor