ପୌର ନିର୍ବାଚନ ପାଇଁ ଭୋଟର ତାଲିକା

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ପରେ ପୌର ନିର୍ବାଚନ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରକ୍ରିୟା ଜାରି ରହିଛି । ପୌର ନିର୍ବାଚନ ପାଇଁ ଭୋଟର ତାଲିକା ସମ୍ପର୍କରେ ଏସଇସି ସୂଚନା ଦେଇଛନ୍ତି । ଫେବୃୟାରୀ ୧୦ରେ ପ୍ରକାଶ ପାଇବ ପ୍ରାଥମିକ ଭୋଟର ତାଲିକା । ଦାବି ଓ ଆପତ୍ତି ଅଭିଯୋଗ ପାଇଁ ୬ଦିନ ସମୟ ଦିଆଯିବ ।
ଫେବୃୟାରୀ ୧୧ରୁ ୧୬ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଅଭିଯୋଗ ଦାଖଲ ପାଇଁ କୁାଯାଇଛି । ପେବୃୟାରୀ ୨୪ରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ ଓ ୨୮ରେ ଇସିଙ୍କୁ ତାଲିକା ପ୍ରଦାନ କରାଯିବ । ଫେବୃୟାରୀ ୨୮ସୁଦ୍ଧା ଭୋଟର ତାଲିକା ପ୍ରସ୍ତୁତି କାର୍ଯ୍ୟ ସରିବ ବୋଲି ଏସଇସି ସୂଚନା ଦେଇଛନ୍ତି । ୫୯ଏନଏସି, ୪୮ମୁ୍ୟନିସପାଲିଟି ଓ ୩ ମହାନଗର ପାଇଁ ତାଲିକା । ତାଲିକାରେ ନୂଆ ନାଁ ଯୋଡି ହେବନାହିଁ, କେବଳ ୱାର୍ଡ ପରିବର୍ତ୍ତନ ହୋଇଥିଲେ, ସେଥିରେ ସଂଶୋଧନ କରିହେବ ବୋଲି ରାଜ୍ୟ ନିର୍ବାଚନ କମିଶନର କହିଛନ୍ତି ।
Powered by Froala Editor