ବରିଷ୍ଠ ଆଇଏଏସଙ୍କୁ ବରଖାସ୍ତ କଲେ ସରକାର
ଭୁବନେଶ୍ୱର: ବରିଷ୍ଠ ଆଇଏଏସ ବିନୋଦ କୁମାରଙ୍କୁ ଚାକିରୀରୁ ବରଖାସ୍ତ କରିଛନ୍ତି ରାଜ୍ୟସରକାର । ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପୂର୍ବତନ ଏମ୍ଡି ବିନୋଦ କୁମାର ଚାକିରୀରୁ ବରଖାସ୍ତ ହୋଇଛନ୍ତି । ଦୁର୍ନିତି ଅଭିଯୋଗ ପ୍ରମାଣିତ ହେବା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ବରଖାସ୍ତ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ କେନ୍ଦ୍ରର ସମ୍ମତି ପ୍ରଦାନ କରିଛି ।
ଆଇଏଏସ ବିନୋଦ କୁମାରଙ୍କ ବରଖାସ୍ତ ନେଇ ସିଏମଓ ପକ୍ଷରୁ ସୂଚନା ଦିଆଯାଇଛି । ମହାବାତ୍ୟା ପରେ ନକଲି ଫାର୍ମ ତଥା ବ୍ୟକ୍ତିଙ୍କୁ ଅନୁଗ୍ରହ ଦେଖାଇଥିଲେ । ଅନୁଚିତ୍ ଅନୁଗ୍ରହ ଦେଖାଇ ୩୩.୩୪କୋଟି ବେଆଇନ୍ ମଞ୍ଜୁର କରିଥିଲେ । ବିନୋଦଙ୍କ ବିରୁଦ୍ଧରେ ସରକାର ୨୭ଟି ମାମଲା ଦାୟର କରିଥିଲେ । ୨୭ଟି ଭିଜିଲାନ୍ସ ମାମଲାରୁ ୨ଟିରେ ଦୋଷୀ ସାବ୍ୟସ୍ତ ହୋଇଥିବା ସୂଚନା ମିଳିଛି ।
ରାଜ୍ୟ ସରକାର ସବୁବେଳେ ଦୁର୍ନୀତି ବିରୁଦ୍ଧରେ କଡା କାର୍ୟ୍ୟାନୁଷ୍ଠାନ ନେଇଆସିଛନ୍ତି । ଦୁର୍ନୀତି କରିଥିବା ବ୍ୟକ୍ତିମାନେ ଯେତେ ଉଚ୍ଚ ପଦପଦବୀରେ ଥାନ୍ତୁ ନା କାହିଁକି, ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ୟ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାର ବଦ୍ଧପରିକର । କିଛି ଦିନ ତଳେ ଦୁର୍ନୀତି ଅଭିଯୋଗରେ ସର୍ଵ ଭାରତୀୟ ସେବାର ଜଣେ ବରିଷ୍ଠ ଜଂଗଲ ସେବା ଅଧିକାରୀଙ୍କୁ ମଧ୍ୟ ଚାକିରୀରୁ ବରଖାସ୍ତ କରାଯାଇଥିଲା ।
Powered by Froala Editor