ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଦୁର୍ଲଭ ପଦ୍ମବେଶ
ପୁରୀ: ଦୀର୍ଘ ୩ସପ୍ତାହ ପରେ ଖୋଲିଛି ଶ୍ରୀମନ୍ଦିର । କରୋନା ସଂକ୍ରମଣ କମୁଥିବାରୁ ଗତକାଲିଠୁ ଭକ୍ତଙ୍କ ପାଇଁ ଜଗା ଦର୍ଶନକୁ ଅନୁମତି ମିଳିଛି । ସମସ୍ତ ପ୍ରକାର କୋଭିଡ୍ କଟକଣାକୁ ମାନି ଭକ୍ତମାନେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ।
ତବେ ସକାଳ ୬ଟାରୁ ପଶ୍ଚିମ ଦ୍ୱାର ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କର ଦୁର୍ଲଭ ପଦ୍ମବେଶ । ବଡଛତା ମଠ ତତ୍ତ୍ୱାବଧାନରେ ଶ୍ରୀମନ୍ଦିରର ପାରମ୍ପରିକ ସେବାୟତ ମାନେ ବେଶ ନିର୍ମାଣ କରିଛନ୍ତି । ବଡସିଂହାର ବେଶରେ ମହାପ୍ରଭୁ ପଦ୍ମବେଶରେ ବିଭୂଷିତ ହେବେ । ପଣ୍ତୁ ପୁର୍ଣ୍ଣିମା ଠାରୁ ମହାପ୍ରଭୁଙ୍କ ପାଇଁ ପଦ୍ମବେଶ ପ୍ରସ୍ତୁତ ଆରମ୍ଭ ହୋଇଛି ।
ସୋଲ, ଜରି, ଜମ୍ବୁରା, କଇଁଥ ଅଠା, ବାଉଁଶ, ବେତ ଓ ବିଭିନ୍ନ ପ୍ରକାରର କନା ବ୍ୟବହାର କରି ଏହି ବେଶ ତିଆରି କରାଯାଇଛି । ଏହି ବେଶ ନିର୍ମାଣ କାର୍ଯ୍ୟରେ ଦରଜି ଓ ଚିତ୍ରକର ସେବକ ମଧ୍ୟ ନିୟୋଜିତ ହୋଇଥାନ୍ତି । ପଦ୍ମବେଶ ପ୍ରସ୍ତୁତ ଶେଷ ହୋଇଥିବା ବେଳେ ବଡସିଂହାର ବେଶ ପରେ ମହାପ୍ରଭୁ ପଦ୍ମବେଶରେ ସଜ୍ଜିତ ହେବେ ।
Powered by Froala Editor