ନିଜ କମାଲ ଦେଖାଇ ଚର୍ଚ୍ଚାରେ ଓଡ଼ିଆ ଯୁବକ

ଭୁବନେଶ୍ୱର: ସମସ୍ତଙ୍କ ପ୍ରଶଂସା ସାଉଁଟିବା ସହିତ ନିଜ କମାଲ ଦେଖାଇ ଚର୍ଚ୍ଚାରେ ଅଛନ୍ତି ଜଣେ ଓଡ଼ିଆ ଯୁବକ । ନଭି ମୁମ୍ବାଇଠାରେ ଆୟୋଜିତ ୱିମେନସ୍ ଏସିଆନ୍ କପ୍ ର ଥିମ ସଙ୍ଗ ପ୍ରସ୍ତୁତ କରି ଓଡ଼ିଆ ପୁଅ ଚର୍ଚ୍ଚାରେ ଆସିଛନ୍ତି । ସେ ହେଉଛନ୍ତି ଓଡ଼ିଶାର ଗୌରବ ଯୁବ ସଙ୍ଗୀତ ନିଦେ୍ର୍ଧଶକ ଅନୁରାଗ ପଟ୍ଟନାୟକ । ଜାନୁଆରୀ ୨୦ରୁ ଫେବୃୟାରୀ ୬ ତାରିଖ ଯାଏ ପୁନେ ମୁମ୍ବାଇ ଓ ନଭି ମୁମ୍ବାଇରେ ଅନୁଷ୍ଠିତ ହେଉଥିବା ମହିଳା ଏସିଆନ କପ ର ଥିମ ସଙ୍ଗ ପ୍ରସ୍ତୁତ ପାଇଁ ତାଙ୍କୁ ନଭି ମୁମ୍ବାଇ ମୁ୍ୟନିସିପାଲ କର୍ପୋରେସନ ପକ୍ଷରୁ ସୁଯୋଗ ମିଳିଥିଲା । ଅନୁରାଗଙ୍କ ସଙ୍ଗୀତ ନିଦେ୍ର୍ଧଶନାରେ କଣ୍ଠଦାନ କରିଛନ୍ତି ନାବ୍ୟା ଜାୟତି । କ୍ୟାମେରା ପରିଚାଳନା ଓ ସମ୍ପାଦନାରେ ଅଛନ୍ତି ମୌସମ ସାହୁ ।
ଏଏଫସି ୱିମେନସ ଏସିଆନ କପ ରେ ଭାରତ, ଚାଇନା ପିଆର, ଚାଇନିଜ ତାଇପେଇ, ଆଇ ଆର ଇରାନ, ଅଷ୍ଟ୍ରେଲିଆ, ଥାଇଲ୍ୟାଣ୍ଡ ଆଦି ସମୁଦାୟ ୧୨ଟି ଦଳ ଭାଗ ନେଉଛନ୍ତି । ଅନୁରାଗ, ମୌସମ ଓ ନାବ୍ୟାଙ୍କ ଏହି ସଫଳତା ଓଡ଼ିଶାବାସୀଙ୍କ ପାଇଁ ନିଶ୍ଚୟ ଏକ ଗର୍ବର ବିଷୟ ।
Powered by Froala Editor