ଆଜି ମରାଳ ମାଳିନୀ ଚିଲିକାର ବାର୍ଷିକ ସର୍ଭେ, ୨୮ଟି ଟିମ ନିୟୋଜିତ

“ଉକôଳ କମଳା ବିଳାଶ ଦୀର୍ଘିକା, ମରାଳ ମାଳିନୀ ନିଳାମ୍ବୁ ଚିଲିକା” ଚିଲିକା ଏକ ପର୍ଯ୍ୟଟନ ସ୍ଥାନ, ଏହି ସ୍ଥାନରେ ଦେଶ ବିଦେଶରୁ ବହୁ ପର୍ଯ୍ୟଟକଙ୍କ ଭିଡ଼ ସଦା ସର୍ବଦା ଲାଗି ରହିଥାଏ । ମା’ କାଳୀଯାଇଙ୍କ ମନ୍ଦିର ସହ ଦର୍ଶକ ନିଅନ୍ତି ଚିଲିକା ହ୍ରଦରେ ଡ଼ଙ୍ଗାରେ ବୁଲିବାର ମଜା । ଆଜି ହେଉଛି ମରାଳ ମାଳିନୀ ଚିଲିକାର ବାର୍ଷିକ ସର୍ଭେ । ରାଜ୍ୟ ସରକାରଙ୍କ ନେତୃତ୍ୱରେ ସିଡିଏ କାର୍ଯ୍ୟାଳୟ ପକ୍ଷରୁ ଫ୍ଲୋରା ଫୋନା ସର୍ଭେ ଚାଲିଛି। ବାର୍ଷିକ ସର୍ଭେ ପାଇଁ ନିୟୋଜିତ ହୋଇଛନ୍ତି ୨୮ଟିମ୍। ସକାଳ ୬ଟାରୁ ସର୍ଭେ ଆରମ୍ଭ ହୋଇ ଦିନ ୧୨ଟା ପର୍ଯ୍ୟନ୍ତ ଚାଲିବ । ପକ୍ଷୀ, ଡଲଫିନ୍, ଚିଙ୍ଗୁଡି ଘେରି କେତେ ରହିଛି, ସେ ସମ୍ପର୍କରେ ହେଉଛି ସର୍ଭେ।
ଏହି ସମୟରେ କୌଣସି ଡଙ୍ଗା ଚାଲିବ ନାହିଁ। ପର୍ଯ୍ୟଟକଙ୍କୁ ମଧ୍ୟ ଚିଲିକା ଭିତରକୁ ଯିବାକୁ ବାରଣ କରାଯାଇଛି । CDA ଅଧିକାରୀ, ଚିଲିକା ବନ୍ୟପ୍ରାଣୀ ବିଭାଗ, PCCF ବନ୍ୟପ୍ରାଣୀ ଅଧିକାରୀଙ୍କ ସହ ବୋଟ ମାଲିକ ସଂଘଙ୍କୁ ନେଇ ଏହି ସର୍ଭେ କରାଯାଉଛି । ୨ତାରିଖ ସଂଧ୍ୟା ସୁଦ୍ଧା ଏହି ସର୍ଭେ ରିପୋର୍ଟ ଆସିବ। ଚିଲିକାର ଟାଙ୍ଗୀ, ସାତପଡ଼ା, ନୂଆପଡ଼ା , ରମ୍ଭା ଓ ବାଲୁଗାଁ ରେଂଜରେ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି।
Powered by Froala Editor