ଫେବୃୟାରୀ କଟକଣା: ଏଣିକି ରାତି ୧୦ରୁ ନାଇଟ୍ କର୍ଫ୍ୟୁ

ଭୁବନେଶ୍ୱର : ଆସିଲା ଫେବୃୟାରୀ ପାଇଁ ଗାଇଡଲାଇନ୍ । ଫେବୃୟାରୀ ମାସ ପାଇଁ କଟକଣା ଜାରି କରିଛନ୍ତି ଏସଆରସି । ଏଣିକି ରାତି ୯ ବଦଳରେ ରାତି ୧୦ଟାରୁ ନାଇଟ୍ କର୍ଫ୍ୟୁ ଆରମ୍ଭ ହେବ । ରାତି ୧୦ଟାରୁ ସକାଳ ୫ଟା ପର୍ୟ୍ୟନ୍ତ ନାଇଟ୍ କର୍ଫ୍ୟୁ ଜାରି ରହିବ । ଫେବୃୟାରୀରେ ସରସ୍ୱତୀ ପୂଜାକୁ ଅନୁମତି ମିଳିବ ବୋଲି ସୂଚନା ଦିଆଯାଇଛି । ଏଣିକି ରାତି ୧୦ଟା ପର୍ୟ୍ୟନ୍ତ ମଲ୍, ରେଷ୍ଟୁରାଣ୍ଟ ଆଦି ଖୋଲା ରହିବ । କଟକଣାରେ ମାଘ ସପ୍ତମୀ ଏବଂ ମାଘ ପୂର୍ଣ୍ଣିମାକୁ ଅନୁମତି ମିଳିଛି । ତେବେ ଏହା କେବଳ ମନ୍ଦିରରେ ହିଁ ପାଳନ ହେବ ।
ନୂଆ ଗାଇଡଲାଇନ୍ ଅନୁଯାୟୀ, ଫେବ୍ରୁଆରୀ ମାସରେ ରାତି ୧୦ଟା ଯାଏ ଦୋକାନ, ବଜାର ଖୋଲା ରହିବ। ସକାଳ ୫ଟାରୁ ରାତି ୧୦ ଟାଏ ସମସ୍ତ ପ୍ରକାର ଦୋକାନ, ମଲ୍, ଶପିଂ କମ୍ପ୍ଲେକ୍ସ, ମାର୍କେଟ/ହାଟ, ସିନେମା ହଲ୍, ସୁଇମିଂ ପୁଲ୍, ମନୋରଞ୍ଜନ କମ୍ପ୍ଲେକ୍ସ, ଥିଏଟର୍, ଆସେମ୍ବଲୀ ହଲ୍ ଖୋଲା ରହିବ।
ସେହିପରି ନୂଆ ଗାଇଡଲାଇନରେ ରାଜ୍ୟ ସରକାର ଶିକ୍ଷାନୁଷ୍ଠାନରେ ସରସ୍ୱତୀ ପୂଜାକୁ ଅନୁମତି ଦେଇଛନ୍ତି। ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ନେଇ ସରସ୍ୱତୀ ପୂଜା କରାଯାଇ ପାରିବ। ତେବେ ସ୍କୁଲ ଓ ଶିକ୍ଷାନୁଷ୍ଠାନ ଛଡ଼ା ଅନ୍ୟ କୌଣସି ସ୍ଥାନରେ ସରସ୍ୱତୀ ପୂଜା ହୋଇପାରିବ ନାହିଁ। ରାଜ୍ୟ ସରକାର ଘରେ ରହି ପରିବାର ସହ ସରସ୍ୱତୀ ପୂଜା ପାଳନ ପାଇଁ ପରାମର୍ଶ ଦେଇଛନ୍ତି। ଏହାଛଡ଼ା ସରସ୍ୱତୀ ପୂଜାରେ ସମୂହ ଭୋଜି ଓ ମନୋରଂଜନ କାର୍ୟ୍ୟକ୍ରମ କରିବାକୁ ମନା କରାଯାଇଛି।
Powered by Froala Editor