ପ୍ରେମର କରୁଣ ପରିଣତି, ପ୍ରେମିକା ପାଇଁ ଜୀବନ ହାରିଲା ପ୍ରେମିକ
ଭୁବନେଶ୍ୱର: କୁହାଯାଏ ପ୍ରେମ ଅମର, ଭଲପାଇବାର ତୁଳନା ନଥାଏ । ନଥାଏ କୌଣସି ସର୍ତ ନା ମାନେ ଏ ନିନ୍ଦା ଅପବାଦ । ପ୍ରେମ ପକ୍ଷୀ ହୋଇ ଉଡ଼ିବୁଲନ୍ତି ଦୁହେଁ । କିନ୍ତୁ ଏଠି ଦେଖିବାକୁ ମିଳିଛି ଏ ପ୍ରେମର ଏକ କରୁଣ ପରିଣତି । ପ୍ରେମିକା ପାଇଁ ଜୀବନ ହାରିଛି ପ୍ରେମିକ । ଭୁବନେଶ୍ୱର ନନ୍ଦନବିହାର ଅଞ୍ଚଳରେ ଘର ଭିତରୁ ଉଦ୍ଧାର ହେଲା ଝୁଲନ୍ତା ମୃତଦେହ । ଯୁବକଙ୍କୁ ନିଜ ଶୋଇବା ଘରୁ ଝୁଲନ୍ତା ଅବସ୍ତାରେ ଉଦ୍ଧାର କରିଛି ପୋଲିସ ।
ମୃତ ଯୁବକ ଜଣକ ହେଉଛନ୍ତି ସୌମ୍ୟ ରଞ୍ଜନ ପାଣିଗ୍ରାହୀ । ଘଟଣା ସ୍ଥଳରୁ ଏକ ସୁଇସାଇଡ଼ ନୋଟ ଜବତ ହୋଇଛି । ନୋଟରେ ସୋନାଲି ନନ୍ଦ ନାମକ ଜଣେ ଝିଅର ନାମ ଲେଖାଯାଇଥିବା ସୂଚନା ମିଳିଛି । ପୋଲିସ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି ।
Powered by Froala Editor