୨୦୨୨-୨୩ରେ ୮ପ୍ରତିଶତ ଟପିବ ଅଭିବୃଦ୍ଧି ହାର

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ଆଜି ସୀତାରମଣ ଲୋକସଭାରେ ୨୦୨୧-୨୨ ବର୍ଷ ପାଇଁ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି । ଏହି ସର୍ଭେରେ କୁହାଯାଇଛି ଯେ ଚଳିତ ୨୦୨୧-୨୨ ଆର୍ଥିକ ବର୍ଷରେ ଦେଶର ଡିଜିପି ଅଭିବୃଦ୍ଧି ୯.୨ ପ୍ରତିଶତ ରହିବ । ଆଗାମୀ ଆର୍ଥିକ ବର୍ଷ ଅର୍ଥାତ ୨୦୨୨-୨୩ରେ ଡିଜିପି ଅଭିବୃଦ୍ଧି ୮ରୁ ୮.୫ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି ।
୨୦୨୧-୨୨ରେ ଆର୍ଥିକ ବର୍ଷ ପାଇଁ ୩.୯ ପ୍ରତିଶତ ବଢିବା ଆଶା କରାଯାଉଛି । ସେହିପରି ଶିଳ୍ପ କ୍ଷେତ୍ରରେ ବିକାଶ ହାର ୧୧.୮ପ୍ରତିଶତ ଏବଂ ସର୍ଭିସ୍ ସେକ୍ଟରରେ ଅଭିବୃଦ୍ଧି ହାରକୁ ୮.୨ପ୍ରତିଶତ ରଖାଯାଇଛି । କରୋନା ମାଡରେ ବିପର୍ଯ୍ୟସ୍ତ ସେବା କ୍ଷେତ୍ର ଗତବର୍ଷ ୮.୪ ପ୍ରତିଶତ ଅଭିବୃଦ୍ଧି ହାସଲ କରିଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ଏହା ୮.୨ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି ।
ସର୍ବେକ୍ଷଣରେ ଦରଦାମ୍ ବୃଦ୍ଧି ନେଇ ସରକାରଙ୍କୁ ସତର୍କ କରାଯାଇଛି । ସରକାରଙ୍କୁ କେତେକ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ହ୍ରାସ କରାଇବା ଉପରେ ଗୁରୁତ୍ୱାରୋପ କରାଯାଇଛି । ଏହା ଦ୍ୱାରା ଦରଦାମ୍ ବୃଦ୍ଧି କମି ପାରିବାର ଆଶା ରହିଥିବା ସର୍ବେକ୍ଷଣରେ ଉଲ୍ଲେଖ କରାଯାଇଛି ।
Powered by Froala Editor