ଭିଜିଲାନ୍ସ ଜାଲରେ ଜୁନିୟର ଇଞ୍ଜିନିୟର

ଅନୁଗୁଳ: ଭିଜିଲାନ୍ସ ଜାଲରେ ଜୁନିୟର ଇଞ୍ଜିନିୟର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜେଇଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଜେଇ ବିରଞ୍ଚି ନାରାୟଣ ସାହୁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଛି । ଜେଇଙ୍କ ସରକାରୀ ବାସଭବନ ସହ ଆମ୍ବପାଳ ସ୍ଥିତ ପୈତୃକ ଘର ଓ ଶଶୁର ଘର କୁମଣ୍ଡ ସ୍ଥିତ ନିଜ ଘର ସହ ମୋଟ ୪ଟି ସ୍ଥାନରେ ଚଢାଉ ଜାରି ରହିଛି ।
ଚଢ଼ାଉ ବେଳେ ନଗଦ ଟଙ୍କା, ୫ରୁ ଅଧିକ ବ୍ୟାଙ୍କରେ ୪୦ ଲକ୍ଷରୁ ଅଧିକ ଟଙ୍କା ସହ ୧୦୦ ଗ୍ରାମ ସୁନା ଓ ବିଭିନ୍ନ ସ୍ଥାନରେ ଜମି, ଘର ଓ ଗାଡି ଥିବା ଜଣାପଡ଼ିଛି ।
Powered by Froala Editor