ଥରୁଛି ସାରା ଓଡିଶା, ଆଜିବି ୧୦ଡିଗ୍ରୀ ତଳେ ୧୦ସହର

ଭୁବନେଶ୍ୱର: ହାଡଭଙ୍ଗା ଶୀତରେ ଥରୁଛି ସାରା ଓଡିଶା । ୩ ଦିନ ହେବ ପ୍ରବଳ ଶୀତ ଲହରୀ ଅନୁଭୂତ ହେଉଛି । କେତେକ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ କମ ରହିବା ଫଳରେ ପ୍ରବଳ ଶୀତ ଅନୁଭୁତ ହେଉଛି । ୧୦ଟି ସହରର ତାପମାତ୍ରା ୧୦ଡିଗ୍ରୀ ତଳେ ରହିଛି । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୬.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ କେନ୍ଦୁଝରରେ ତାପମାତ୍ରର ୬.୪ ଡିଗ୍ରୀ ରହିଛି । ସେହିପରି ଦାରିଙ୍ଗବାଡିରେ ୭, ଝାରସୁଗୁଡାରେ ୭.୬, ସୋନପୁରରେ ୭.୯, ବୌଦ୍ଧରେ ୮.୫, କୋରାପୁଟ ଓ ଭବାନୀପାଟଣାରେ ୯ ଡିଗ୍ରୀ, ବଲାଙ୍ଗିରରେ ୯.୫, ହୀରକୁଦରେ ୯.୬ ଓ ନୟାଗଡରେ ୧୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
ତେବେ କାଲିଠୁ ଧିରେ ଧିରେ ଜାଡରୁ ମିଳିବ ଆଶ୍ୱସ୍ତି । ରାଜ୍ୟରେ ପାରଦ ଉପର ମୁହାଁ ହେବ । ଆଉ ଏକ ପଶ୍ଚିମା ଝଡ ଆସୁଥିବାରୁ ଫେବ୍ରୁଆରୀ ୩ରୁ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।
Powered by Froala Editor