୩ରୁ ରାଜ୍ୟରେ ବର୍ଷା
ଭୁବନେଶ୍ୱର: ପଶ୍ଚିମା ଝଡ ପ୍ରଭାବରେ ଆସନ୍ତା ଫେବ୍ରୁଆରୀ ୩ତାରିଖରୁ ରାଜ୍ୟରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ସୋନପୁର ସମେତ ଉତ୍ତର ଆଭ୍ୟନ୍ତରୀଣ ଓଡିଶାରେ ବିକ୍ଷିପ୍ତ ବର୍ଷା ହୋଇପାରେ । ୪ଓ ୫ତାରିଖରେ ବର୍ଷା ପରିମାଣ ବଢିବାର ସମ୍ଭାବନା ରହିଛି ।
ଏଭଳି ଅଦିନିଆ ବର୍ଷା ପ୍ରଭାବରେ ପନିପରିବା ଚାଷ ବ୍ୟାପକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଆସନ୍ତା ୫ ତାରିଖ ଯାଏ ରାଜ୍ୟରୁ ଶୀତ କମିଯିବ । ୫ତାରିଖ ପରେ ଶୀତ ପୁଣି ଫେରିବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳନ କହିଛନ୍ତି ।
ଭାରତୀୟ ପାଣିପାଗ ବିଭାଗର ପାଣିପାଗ ବିଜ୍ଞନୀ ଉମାଶଙ୍କର ଦାସ କହିଛନ୍ତି, ପଶ୍ଚିମା ଝଡ ପ୍ରଭାବରେ ଆସନ୍ତା ୩ତାରିଖରେ ବର୍ଷା ହେବ । ସୋନପୁର, ବରଗଡ, ସମ୍ବଲପୁର, ଦେବଗଡ, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର ଓ ମୟୂରଭଞ୍ଜ, ଢେଙ୍କାନାଳ ଓ ଅନୁଗୁଳର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।
Powered by Froala Editor