ନିଷିଦ୍ଧାଞ୍ଚଳରୁ ମାଛ ଧରି ୩୦ମସô୍ୟଜୀବୀ ଅଟକ

ଅସ୍ତରଙ୍ଗ: ଅସ୍ତରଙ୍ଗ ଦେବୀମୁହାଣ ନିଷିଦ୍ଧାଞ୍ଚଳରୁ ମାଛ ଧରୁଥିବାରୁ ୪ ଟ୍ରଲରକୁ କୋଷ୍ଟଗାର୍ଡ ଓ ମସô୍ୟବିଭାଗ ଜବତ କରିଛି । ଗୋଟିଏ ଟ୍ରଲର ବାଲେଶ୍ୱର ଆଉ ୩ଟି ଟ୍ରଲର ପାରାଦ୍ୱୀପ ଅଂଚଳର ହୋଇଥିବା ସୂଚନା ମିଳିଛି । ଏହା ସହିତ ବେଆଇନ ଭାବେ ମାଛ ଧରୁଥିବା ୩୦ ମସô୍ୟଜୀବୀ ଅଟକ ରଖି ତଟରଖି ବାହିନୀ ପଚରାଉଚରା କରୁଛି ।
ଗଭୀର ସମୁଦ୍ର ମଧ୍ୟରୁ ୪ଟି ଟ୍ରଲରକୁ ଜବତ କରି ଅସ୍ତରଙ୍ଗ ନିକଟରେ ଥିବା ନୂଆଗଡ ମାଛଧରା ବନ୍ଦରକୁ ଅଣାଯାଇଛି । ମସô ବିଭାଗର ଅତିରିକ୍ତ ନିଦେ୍ର୍ଧଶକ ବସନ୍ତ କୁମାର ଦାଶ ନୂଆଗଡରେ ପହଂଚିଛନ୍ତି । ଟ୍ରଲରେ କେତେ ପରିମାଣର ମାଛ ରହିଛି ଦେଖିବା ପରେ ତାହାକୁ ନିଲାମ କରାଯିବ ବୋଲି କୁହାଯାଇଛି ।
Powered by Froala Editor