ଆଜି ରାଜ୍ୟରେ ୧୮ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କାରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନର ଦ୍ରୁତ ସଂକ୍ରମଣ ହେତୁ ରାଜ୍ୟବାସୀଙ୍କ ମନରେ ଛନକା ପଶିଛି । ଗୋଟିଏ ପଟେ କରୋନାର ଦୈନିକ ସଂକ୍ରମଣ ହାର କମିବାରେ ଲାଗିଛି, ଅନ୍ୟପଟେ କରୋନା ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଜି ରାଜ୍ୟରେ ୩ହଜାର ୩୯୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ, ଆଉ ୧୮ଜଣ କରୋନାରେ ପ୍ରାଣ ହରାଇଥିବା ସୂଚନା ମିଳିଛି ।
ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୪ଜଣ ରହିଥିବାବେଳେ ଗଞ୍ଜାମ ଜିଲ୍ଲାରୁ ୩ଜଣ ଓ ଯାଜପୁରରୁ ୩ଜଣ କରୋନା ଆକ୍ରାନ୍ତ ରହିଛନ୍ତି । ସେହିପରି ଜଗତସିଂହପୁରରୁ୨ଜଣ, କଟକ, ଢେଙ୍କାନାଳ, ଭଦ୍ରକ, କେନ୍ଦୁଝର, ନୟାଗଡ ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତୁ୍ୟ ସଂଖ୍ୟା ୮ହଜାର ୬୧୨କୁ ବୃଦ୍ଧି ପାଇଛି । ଆଜି କରୋନାରୁ ସୁସ୍ଥ ହୋଇଛନ୍ତିି ୯ହଜାର ୧୯୧ଜଣ । ଏହାକୁ ମିଶାଇ ଏବେ ସୁଦ୍ଧା ୧୧ଲକ୍ଷ ୯୩ହଜାର ୩୬୫ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏବେବି ୪୭ହଜାର ୨୧୦ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।
ଗତ ୨୪ଘଣ୍ଟାରେ ରାଜ୍ୟରେ ୩ହଜାର ୩୯୨କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧ହଜାର ୯୩୪ଜଣ ରହିଥିବାବେଳେ ୧ହଜାର ୩୯୫ସ୍ଥାନୀୟ ସଂକ୍ରମଣ ରହିଛି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୮ବର୍ଷରୁ କମ୍ ୫୦୪ଜଣ ଛୁଆ ଅଛନ୍ତି । ଯାହା ଚିନ୍ତାର କାରଣ ପାଲଟିଛି ।
Powered by Froala Editor