RSPରେ ଦୁର୍ଘଟଣା ଘଟି ଜଣଙ୍କ ମୃତ୍ୟୁ

ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ (ଆରଏସ୍ପି )ରେ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତରଙ୍କୁ ଆଇଜିଏଚରେ ଭର୍ତ୍ତି କରାଯାଇଛି । ମୃତକଙ୍କ ନାଁ ଅମର ପଣ୍ଡା। ଆହତଙ୍କ ନାଁ ସୁଶୀଲ କୁମାର ଦେବ ବୋଲି ପୁଲିସ୍ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଉଭୟ ଠିକା କର୍ମଚାରୀ। ସେମାନେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ପାୱାର ପ୍ଲାଣ୍ଟରେ ଗୋମତି କନ୍ଷ୍ଟ୍ରକ୍ସନ ଜରିଆରେ ଏଠାରେ କାମ କରୁଥିଲେ।
ସୂଚନାଯୋଗ୍ୟ ଯେ, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ପାୱାର ପ୍ଲାଣ୍ଟରେ କାମ କରିବା ବେଳେ ପ୍ଲାଣ୍ଟର ସିପିସି ୱାନ୍ରେ ପ୍ଲେଟ୍ ଖସି ପଡ଼ିବାରୁ ଏହି ଅଘଟଣ ଘଟିଛି। ଗୁରୁତର ଭାବେ ଆହତ ସୁଶୀଲ କୁମାର ଦେବଙ୍କୁ ଆଇଜିଏଚ୍ରେ ଭର୍ତ୍ତି କରାଯାଇଛି। ଏହାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି।
Powered by Froala Editor