୪୦ କୋଟିର ଗାଉନ୍ ପିନ୍ଧି ଚମକିଲେ ଉର୍ବଶୀ

ସୁନା ଓ ହୀରାର ଗାଉନ୍ ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି ଅଭିନେତ୍ରୀ ଉର୍ବଶୀ ରୌତେଲା । ଯାହାର ଦାମ୍ ୪୦ କୋଟିରୁ ଅଧିକ। ଉର୍ବଶୀ ରୌତେଲା ଇନଷ୍ଟାଗ୍ରାମରେ ନିଜର ଏକ ଫଟୋ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଉର୍ବଶୀ ଏହି ଦାମୀ ଗାଉନ୍ ପିନ୍ଧିଛନ୍ତି । ଏହାପରେ ଫ୍ୟାଶନରେ ଉର୍ବଶୀ ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି।
ଏହି ୪୦ କୋଟିର ଗାଉନ୍ କ୍ଲିୟୋପେଟ୍ରା ରିୟଲ ଗୋଲ୍ଡ ଆଣ୍ଡ୍ ଡାଏମଣ୍ଡ ଆଉଟ୍ଫିଟ୍ରେ ପ୍ରସ୍ତୁତ । ଉର୍ବଶୀଙ୍କ ଏହି ଗାଉନ୍କୁ ପ୍ରସିଦ୍ଧ ଫ୍ୟାଶନ ଡିଜାଇନର ଫେର୍ନେ ଓ୍ବାନ୍ ଆମଣ୍ଟୋ ଡିଜାଇନ କରିଛନ୍ତି। ଆମଣ୍ଟୋ ଅନ୍ତର୍ଜାତୀୟ ଷ୍ଟାରମାନଙ୍କ ଡ୍ରେସ୍ର ମଧ୍ୟ ଡିଜାଇନ କରିଛନ୍ତି।
ଷ୍ଟାଇଲିସ୍ ଉର୍ବଶୀ ଇଣ୍ଡଷ୍ଟ୍ରୀରେ ବୋଲ୍ଡନେସ୍ କୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି । ନିକଟରେ ସେ ମିସ୍ ୟୁନିଭର୍ସ ୨୦୨୨ରେ ବିଚାରପତି ଭାବରେ ଯୋଗ ଦେଇ ଭାରତର ନାମକୁ ଖ୍ୟାତି ଅର୍ଜନ କରିଥିଲେ । ପୂର୍ବରୁ ମିସ୍ ୟୁନିଭର୍ସ ହୋଇଥିଲେ ଅଭିନେତ୍ରୀ ଉର୍ବଶୀ ରୌତେଲା ।
Powered by Froala Editor