୧୦ଡିଗ୍ରୀ ତଳେ ଏହି ୧୦ ସହରର ତାପମାତ୍ରା
ଭୁବନେଶ୍ୱର: ଅସହ୍ୟ ଜାଡରେ ଥରୁଛି ସାରା ଓଡିଶା । ଗତ ଦୁଇଦିନ ହେଲା ପ୍ରବଳ ଶୀତ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଲାଣି । ଗତ ରାତିରେ ରାଜ୍ୟର ୧୦ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା । ଦାରିଙ୍ଗବାଡରେ ୭ଡିଗ୍ରୀ ଓ ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୬.୨ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଫୁଲବାଣୀ ସବୁଠୁ ଥଣ୍ଡା ସହର ହୋଇଛି । କେନ୍ଦୁଝରରେ ୬.୪ଡିଗ୍ରୀ, ଝାରସୁଗୁଡାରେ ୭.୬ଡିଗ୍ରୀ, ସୋନପୁରରେ ୭.୯ଡିଗ୍ରୀ, ବୌଦ୍ଧଠାରେ ୮.୫ଡଗ୍ରୀ, ଭବାନୀପାଟଣା ଓ କୋରାପୁଟରେ ୯ଡିଗ୍ରୀ, ବଲାଙ୍ଗୀରରେ ୯.୫ଡିଗ୍ରୀ, ହୀରାକୁଦ ତାପମାତ୍ରା ୯.୬ଡିଗ୍ରୀ, ଭୁବନେଶ୍ୱରରେ ୧୧.୨ ଓ କଟକରେ ୧୧.୬ଡିଗ୍ରୀ ରାତି ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ଶୀତ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଏଥିସହ ୩୧ ତାରିଖ ଦିନ ଝାରସୁଗୁଡା, ବଲାଙ୍ଗୀର, ବରଗଡ, ସୋନପୁର, କଳାହାଣ୍ଡି ଓ ନୂଆପଡା ଆଦି ଜିଲ୍ଲାରେ ଶୀତ ଲହରି ପ୍ରବାହିତ ହେବ । ଏଣୁ ଏସବୁ ଅଞ୍ଚଳରେ ଲୋକଙ୍କୁ ସତର୍କ ରହିବାକୁ ତଥା ଶୀତରେ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯିବା ସହ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
Powered by Froala Editor