ଏମିତି ହେବ +୨ ଅଫଲାଇନ୍ କ୍ଲାସ୍

ଭୁବନେଶ୍ୱର: ଯୁକ୍ତ ଦୁଇ ପରୀକ୍ଷା ପୂର୍ବରୁ ଅଫଲାଇନ୍ ପାଠପଢାକୁ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିଦେ୍ର୍ଧଶାଳୟ ପକ୍ଷରୁ ବିଚାରବିମର୍ଶ ହୋଇଛି । ଏନେଇ ଗତକାଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିଦେ୍ର୍ଧଶାଳୟରେ ନିଦେ୍ର୍ଧଶକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଆୟୋଜିତ ହୋଇଥିଲା ।
ବୈଠକ ଶେଷ ହେବା ପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିଦେ୍ର୍ଧଶାଳୟର ନିଦେ୍ର୍ଧଶକ ବିକାଶ ମହାପାତ୍ର କହିଛନ୍ତି, ପ୍ରୋକ୍ଟରିଆଲ ଗ୍ରୁପ୍ କରି ପାଠ ପଢାଇବାକୁ ଜିଲ୍ଲା ଅଧିକାରୀଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ଛୋଟଛୋଟ ଗ୍ରୁପ ହେବ ଓ ଜଣେ ଲେଖାଏଁ ଶିକ୍ଷକ ଏହାର ଦାୟିତ୍ୱ ନେବେ । ପିଲା କେମିତି ପଢିବେ ଏବଂ କାହିଁକି ପଢି ପାରୁ ନାହାଁନ୍ତି ତାହା ଉପରେ ନଜର ରଖିବେ । ଯେଉଁ ପିଲାମାନେ ନିଜର ଡାଉଟ ଦୂର କରିବାକୁ ଚାହାଁନ୍ତି, ସେହି ପିଲାମାନଙ୍କ ପାଇଁ ଶିକ୍ଷକମାନେ ଛୋଟ ଛୋଟ ଗ୍ରୁପ କରି ପାଠ ପଢାଇବେ, କିନ୍ତୁ ଅଭିଭାବକଙ୍କ ଅନୁମତି ନେଇ ଛୋଟ ଛୋଟ ଗ୍ରୁପ କରି ପାଠ ପଢାଇ ପାରିବେ ଅଫଲାଇନ କ୍ଲାସ କରିବାକୁ ନିଦେ୍ର୍ଧଶ ଦିଆଯାଇଛି ।
ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିଦେ୍ର୍ଧଶାଳୟରେ ନିଦେ୍ର୍ଧଶକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ୧୭ଟି ହାୟର ସେକେଣ୍ଡାରୀ ସ୍କୁଲର ଅଧ୍ୟକ୍ଷ ଏବଂ ତିନି ଆଞ୍ଚଳିକ ଶିକ୍ଷା ନିଦେ୍ର୍ଧଶକ ଉପସ୍ଥିତ ଥିଲେ ।
Powered by Froala Editor