ଆଜି ଦେଶରେ ୨ଲକ୍ଷ ୩୪ହଜାର ୨୮୧ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ସଂକ୍ରମଣରେ ସାମାନ୍ୟ ହ୍ରାସ ପରିଲକ୍ଷିତ ହେଉଛି । ଗତ ୨୪ଘଣ୍ଟାରେ ଦେଶରେ ୨ଲକ୍ଷ ୩୪ହଜାର ୨୮୧ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବେ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪କୋଟି ପାର୍ କରିଛି । ଦେଶରେ ଦୈନିକ ପଜିଟିଭ୍ ହାର ୧୪.୫୦ ପ୍ରତିଶତ ରହିଛି ।
ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ୧୮ଲକ୍ଷ ଉପରେ ରହିଛି । ଦେଶରେ ସକ୍ରିୟ ମାମଲା ରହିଛି ୧୮ଲକ୍ଷ ୮୪ହଜାର ୯୩୭ ରହିଛି । ଏବେ ସୁଦ୍ଧା ମୋଟ ୩କୋଟି ୮୭ଲକ୍ଷ ୧୩ହଜାର ୪୯୪ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତିି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଦେଶରେ ଟିକାକରଣ ପ୍ରକ୍ରିୟା ମଧ୍ୟ ଦ୍ରୁତ ବେଗରେ ଚାଲିଛି ।
Powered by Froala Editor