ସୋଆରେ “ଆଡ୍ଭାନ୍ସେସ୍ ଇନ୍ ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସ” ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ ) ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ରେ “ଆଡ୍ଭାନ୍ସସେସ୍ ଇନ୍ ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସ” ଶୀର୍ଷକ ଫ୍ୟାକଲ୍ଟି ଡେଭେଲପମେଂଟ କାର୍ଯ୍ୟକ୍ରମ ଜାନୁୟାରୀ ୨୧ରୁ ୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି ।
ଆଇଟିଇଆର୍ ଅଧିନସ୍ଥ ଇଲେକ୍ଟ୍ରୋନିକ୍ସ ଆଣ୍ଡ କମୁ୍ୟନିକେସନ୍ ଇଂଜିନିୟରିଂ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେଶ ଓ ବିଦେଶରୁ ୨୦୦ରୁ ଅଧିକ ପ୍ରଫେସର, ବୈଜ୍ଞାନିକ, ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ଅନେକ ଆଲୋଚନା କରାଯାଇଥିଲା।
ଆଇଟିଇଆର୍ର ପ୍ରଫେସର ମିହିର ନାରାୟଣ ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମଟି ଅଲ୍ ଇଣ୍ଡିଆ କାଉନ୍ସିଲ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ (ଏଆଇସିଟିଇ) ଦ୍ୱାରା ପରିଚାଳିତ ଅଟଳ ଯୋଜନା ଅଧିନରେ କରାଯାଇଥିଲା ।
ଭର୍ଚୁଆଲୀ ଆୟୋଜିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଦେଶ ବିଦେଶରୁ ଅନେକ ପ୍ରଫେସର, ବୈଜ୍ଞାନିକ ଓ ଗବେଷକମାନେ ଯୋଗ ଦେଇଥିଲେ ।
Powered by Froala Editor