ରାପିଡ ଆଣ୍ଟିଜେନ୍ ଟେଷ୍ଟିଂ କିଟକୁ ମଞ୍ଜୁରୀ
ଭୁବନେଶ୍ୱର: ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଉଥିବାବେଳେ ରାଜ୍ୟରେ ଟିକାକଣ ପ୍ରକ୍ରିୟା ମଧ୍ୟ ଦ୍ରୁତ ଗତିରେ ଚାଲିଛି । ଏହାକୁ ତାଳଦେଇ କୋଭିଡ୍ ଟେଷ୍ଟିଂ ମଧ୍ୟ କରାଯାଉଛି । ଓଡିଶରେ ପ୍ରଥମ ଥର ପାଇଁ ବିକଶିତ ହୋଇଥିବା ଏକ ରାପିଡ ଆଣ୍ଟିଜେନ୍ ଟେଷ୍ଟିଂ କିଟକୁ ମଞ୍ଜୁରୀ ମିଳିଛି ।
ଆଇଏମ୍ ଜେନେକ୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ଓ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର(ଆରଏମ୍ଆରସି) ପକ୍ଷରୁ ମିଳିତ ଭାବେ ଏହି କିଟକୁ ତିଆରି କରାଯାଇଛି । ଶୁକ୍ରବାର ଆଇସିଏମଆର(ଇଣ୍ଡିଆନ କାଉନସିଲ୍ ଅଫ ମେଡିକାଲ ରିସର୍ଚ୍ଚ) ପକ୍ଷରୁ ମଞ୍ଜୁରୀ ମିଳିଛି । ଦୁଇମାସ ଭିତରେ ବଜାରରେ ବିକ୍ରି ଉପଲବ୍ଧ ହେବ ବୋଲି ନିର୍ମାତା ସଂସ୍ଥା ପକ୍ଷରୁ କୁହାଯାଇଛି ।
Powered by Froala Editor