ଫିଲ୍ମ ‘ପୁଷ୍ପା’କୁ ନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷର ଏହି ଟ୍ୱିଟ୍ ଏବେ ଚର୍ଚ୍ଚାରେ

ଭୁବନେଶ୍ୱର: ରାଜ୍ୟ ପରିବହନ କର୍ତ୍ତୃପକ୍ଷ ପକ୍ଷରୁ ଉଦେ୍ଧଶ୍ୟମୂଳକ ଟ୍ୱିଟ୍ ଏବେ ଚର୍ଚ୍ଚାରେ । ବର୍ତ୍ତମାନ ସାଉଥ୍ ବ୍ଲକ୍ବ୍ଲଷ୍ଟର ଫିଲ୍ମ ‘ପୁଷ୍ପା’କୁ ନେଇ ସବୁଠି କ୍ରେଜ୍ । ଦେଶ ହେଉ କି ବିଦେଶ ସବୁଠି ‘ପୁଷ୍ପା’ର ବିଭିନ୍ନ ମେମ୍ସ ଦେଖିବାକୁ ମିଳୁଛି । କିଏ ‘ପୁଷ୍ପା’ ଗେଟଅପରେ ଆସୁଛି ତ ଆଉ କିଏ ଗୀତରେ ଝୁମୁଛି । ଏପରି ସ୍ଥିତିରେ ‘ପୁଷ୍ପା’କୁ ନେଇ ଆଜି ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସ୍ଟିଏ) ଏକ ଉପଦେଶମୂଳକ ଟ୍ୱିଟ୍ କରିଛି ।
ସବୁଠୁ ଆକର୍ଷଣୀୟ ହୋଇଛି ପୁଷ୍ପା ଚଳଚିତ୍ରର ଫଟୋ । ଯେଉଁଥିରେ ଫିଲ୍ମର ନାୟକ ବିନା ହେଲମେଟରେ ଗାଡି ଚଳାଉଥିବା ଦୃଶ୍ୟ ରହିଛି । ଏସ୍ଟିଏ ପକ୍ଷରୁ ହୋଇଥିବା ଟ୍ୱିଟ୍ରେ ବାଇକ ଚଳାଇବା ବେଳେ ହେଲମେଟ୍ ପିନ୍ଧିବା ଲାଗି ପରାମର୍ଶ ଦିଆଯାଇଛି । ରାଜ୍ୟ ପରିବହନ କର୍ତୃପକ୍ଷ ପକ୍ଷରୁ କୁହାଯାଇଛି, ବାଇକ୍ ଚଳାଇବା ସମୟରେ ସର୍ବଦା ହେଲମେଟ୍ ପିନ୍ଧନ୍ତୁ, ସେପରି ନକଲେ କେବଳ ଫାଇନ୍ ଗଣିବେ ନାହିଁ, ନିଜ ଜୀବନକୁ ମଧ୍ୟ ବିପଦରେ ପକାଇବେ । ଏପରି ଟୁଇଟ୍ କରି ହେଲମେଟ ଚେକିଂ ଓ ଟ୍ରାଫିକ୍ ନିୟମକୁ କଡାକଡି କରାଯିବ ବୋଲି ଚେତାଇ ଦେଇଛି ରାଜ୍ୟ ପରିବହନ ବିଭାଗ ।
ଏସଟିଏ ନିଜ ଟ୍ୱିଟ ସେହି ଫଟୋ ପୋଷ୍ଟ କରି ଏକ ସୁନ୍ଦର ଶଦ୍ଧ ଛନ୍ଦରେ ପ୍ରକାଶ କରିଛି । ଟ୍ୱିଟ୍ରେ ଲେଖାଯାଇଛି- “ପୁଷ୍ପା ହେଉ କି ପୁଷ୍ପରାଜ! ବିନା ହେଲମେଟ ଚାଲାଣ ସମସ୍ତଙ୍କର କଟିବ” ।
ସୂଚନା ଅନୁସାରେ ଦ୍ରୁତ ଗାଡି ଚଳାନ୍ତୁ ନାହିଁ, ଗାଡ ଚଳାଇଲା ବେଳେ ହେଲ୍ମେଟ୍ ପିନ୍ଧନ୍ତୁ । ପରିବହନ ବିଭାଗ ଏପରି ସଚେତନାତ୍ମକ ବାର୍ତ୍ତା ନିୟମିତ ଦେଇ ଆସୁଛି । ହେଲେ ଅମାନିଆ ଏଥିପ୍ରତି ତିଳେ ମାତ୍ର ଧ୍ୟାନ ଦେଉନାହାନ୍ତି । ସବୁ ନିୟମକୁ ଫୁ କରି ଗାଡି ଚଳାଉଛନ୍ତି । ଆଉ ଗାଡି ଚଲାଇଲା ବେଳେ ହେଲ୍ମେଟ୍ ପିନ୍ଧୁ ନାହାନ୍ତି । ଯେଉଁଥିପାଇଁ ଦୁର୍ଘଟଣାର ଶିକାର ହୋଇ ନିଜେ ମୃତୁ୍ୟ ମୁଖରେ ପଡିବା ସହିତ ଅନ୍ୟମାନଙ୍କ ଜୀବନ ସହ ମଧ୍ୟ ଖେଳ ଖେଳୁଛନ୍ତି ।
Powered by Froala Editor