ଆଜି ରାଜ୍ୟରେ ୪ହଜାର ୮୪୨କରୋନା ପଜିଟିଭ୍
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଗତ ୨୪ଘଣ୍ଟାରେ ରାଜ୍ୟରେ ୪ହଜାର ୮୪୨କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୨୮୦୯ଜଣ ରହିଥିବାବେଳେ ୨୦୩୩ସ୍ଥାନୀୟ ସଂକ୍ରମଣ ରହିଛି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୮ବର୍ଷରୁ କମ୍ ୬୭୧ଜଣ ଛୁଆ ଅଛନ୍ତି । ଯାହା ଚିନ୍ତାର କାରଣ ପାଲଟିଛି ।
ସୂଚନା ଓ ଲୋକ ସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ଖୋର୍ଦ୍ଧାରୁ ସର୍ବାଧିକ ୧ହଜାର ୨୫୩ , ଅନୁଗୁଳରୁ ୧୦୪, କଟକରୁ ୪୪୩, ବାଲେଶ୍ୱରରୁ ୧୬୯, ବରଗଡରୁ ୭୨, ଭଦ୍ରକରୁ ୧୦୬, ବଲାଙ୍ଗୀରରୁ ୧୪୦, ବୌଦ୍ଧରୁ ୨୮, ଦେବଗଡରୁ ୮୫, ଢେଙ୍କାନାଳରୁ ୮୪, ଗଜପତିରୁ ୬୫, ଗଞ୍ଜାମରୁ ୫୮, ଜଗତସିଂହପୁରରୁ ୯୬, ଯାଜପୁରରୁ ୧୩୪, ଝାରସୁଗୁଡାରୁ ୭୦, କଳାହାଣ୍ଡିରୁ ୧୫୫, କନ୍ଧମାଳରୁ ୮୦, କେନ୍ଦ୍ରାପଡାରୁ ୬୦, କେନ୍ଦୁଝରରୁ ୬୯, କେରାପୁଟରୁ ୮୧, ମାଲକାନାଗିରିରୁ ୪୩, ମୟୂରଭଞ୍ଜରୁ ୧୭୯, ନବରଙ୍ଗପୁରରୁ ୧୨୪, ନୟାଗଡରୁ ୨୧୦, ନୂଆପଡାରୁ ୧୪୨, ପୁରୀରୁ ୭୬, ରାୟଗଡାରୁ ୧୦୧, ସମ୍ବଲପୁରରୁ ୧୪୯, ସୋନପୁରରୁ ୪୨, ସୁନ୍ଦରଗଡରୁ ୧୫୯, ରାଜ୍ୟପୁଲରୁ ୨୬୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ବର୍ତ୍ତମାନ ସୁଦ୍ଧା ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୪୧ହଜାର ୬୮କୁ ବୃଦ୍ଧି ପାଇଛି ।
Powered by Froala Editor