କୋଭିସିଲ୍ଡ ଦାମ୍ କମିଲା: ୩୦୦ ଟଙ୍କାରେ ଗୋଟେ ଡୋଜ୍ କିଣିବେ ରାଜ୍ୟ ସରକାର

କୋଭିସିଲ୍ଡ ଟିକାର ଡୋଜ ପିଛା ମୂଲ୍ୟ ହ୍ରାସ କରିଛି ସେରମ ଇନଷ୍ଟିଚ୍ୟୁଟ। ପୂର୍ବରୁ ୪୦୦ଟଙ୍କା ଦେଇ ରାଜ୍ୟ ସରକାର କୋଭିସିଲ୍ଡ ଟିକାର ଗୋଟେ ଡୋଜ କିଣୁଥିବା ବେଳେ ଏବେ ଏହାର ଦାମ କମ କରିଛି ସେରମ ଇନଷ୍ଟିଚ୍ୟୁଟ। ଏବେ ରାଜ୍ୟ ସରକାର ୩୦୦ଟଙ୍କା ଦେଇ କୋଭିସିଲ୍ଡ ଟିକାର ଗୋଟେ ଡୋଜ କିଣିବେ। ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି ସେରମ ଇନଷ୍ଟିଚ୍ୟୁଟର ସିଇଓ ଅଦର ପୁନାୱାଲା।
ଏନେଇ ସେରମ ମୁଖ୍ୟ ଆଦର ପୁନାୱାଲା କହିଛନ୍ତି ଯେ, ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟର କୋଟି କୋଟି ଟଙ୍କା ପାଣ୍ଠି ସଞ୍ଚୟ ହୋଇପାରିବ । ଏଥିଯୋଗୁଁ ଅଧିକ ସଂଖ୍ୟାରେ ଟିକାକରଣ ହେବା ସଙ୍ଗେସଙ୍ଗେ ଜନସାଧାରଣଙ୍କ ମୂଲ୍ୟବାନ ଜୀବନକୁ ରକ୍ଷା କରାଯାଇପାରିବ ।
କମ୍ପାନୀ ପକ୍ଷରୁ ଏହି ନିଷ୍ପତ୍ତି ସେତେବେଳେ ହୋଇଛି ଯେତେବେଳେ କେନ୍ଦ୍ର ପକ୍ଷରୁ ଉଭୟ ସେରମ୍ ଇନଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକକୁ ସେମାନଙ୍କ ଟିକାର ଦାମ୍ ଉପରେ ଆଉଥରେ ଚିନ୍ତା କରିବାକୁ ନିବେଦନ କରାଯାଇଥିଲା । କାରଣ ୧୮ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଟିକାକରଣ ଅଭିଯାନ ଆରମ୍ଭ ହେବାକୁ ଯାଉଛି ।
Powered by Froala Editor