ଭୟାବହ ଅଗ୍ନିକାଣ୍ଡ:ନିଆଁ ପୋଡ଼ି ପାଉଁଶ କରିଦେଲା ଲକ୍ଷାଧିକ ଟଙ୍କାର ସମ୍ପତି

ମୁମ୍ବାଇ: ନିଆଁ ପୋଡ଼ି ପାଉଁଶ କରିଦେଇଛି ଲକ୍ଷାଧିକ ଟଙ୍କାର ସମ୍ପତି । ଏଭଳି ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି ମହାରାଷ୍ଟ୍ରର ଥାନେ ଜିଲ୍ଲାର ଭିୱଣ୍ଡି ଅଞ୍ଚଳର ଏକ ଫର୍ଣ୍ଣିଚର ଗୋଦାମରେ । ଏହି ନିଆଁକୁ ଆୟତ୍ତ କରିବା ପାଇଁ ଦମକଳ ବାହିନୀ ପକ୍ଷରୁ ୪ଟି ଗାଡି ନିୟୋଗିତ କରାଯାଇଛି।
ସୂଚନାଯୋଗ୍ୟ, ଭିଓ୍ଵଣ୍ଡି ଅଞ୍ଚଳରେ ଥିବା ସୁମାରସ ଚାମୁଣ୍ଡା କମ୍ପ୍ଲେକ୍ସରେ ଥିବା ଏକ ଫର୍ଣ୍ଣିଚର ଗୋଦାମରେ ନିଆଁ ଲାଗି ଆଖ ପାଖରେ ଥିବା ଆଉ ଅନ୍ୟ ୩ଟି ଗୋଦାମକୁ ବ୍ୟାପୀ ଯାଇଥିଲା। ଏହି ନିଆଁ ରାତି ପ୍ରାୟ ୧.୪୦ ମିନିଟରେ ଲାଗିଥିଲା। ନିଆଁ ଲାଗିବା କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। କିନ୍ତୁ ନିଆଁ ଲିଭାଇବା କାମ ଏଯାଏଁ ଚାଲିଛି।
ସୂଚନାଯୋଗ୍ୟ, ଗତକାଲି ମୁମ୍ବାଇର ପୂର୍ବ ବାନ୍ଦ୍ରାର ବେହରାମ ନଗର ଅଞ୍ଚଳରେ ଏକ ୫ ମହଲା କୋଠା ଭୁଶୁଡ଼ି ପଡିଥିଲା । ତେବେ ଏଥିରୁ ୬ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଭିଏନ ଦେଶାଇ ହସପିଟାଲକୁ ପଠାଯାଇଛି । ୨ ଜଣ ଭାବା ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଏକ ଟିମ୍ ଓ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା।
Powered by Froala Editor