ଟୁଇଟର ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ରାହୁଲ ଗାନ୍ଧି, ପଢ଼ନ୍ତୁ କ’ଣ
ନୂଆଦିଲ୍ଲୀ: ସୋସିଆଲ୍ ମିଡିଆ ଟୁଇଟର ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ଟୁଇଟରକୁ ଏକ ଚିଠି ଲେଖି ରାହୁଲ ଦର୍ଶାଇଛନ୍ତି ଯେ ତାଙ୍କ କଣ୍ଠରୋଧ କରାଯାଉଛି । ଜାଣିଶୁଣି ତାଙ୍କ ଫଲୋୟର୍ସ ସଂଖ୍ୟା ହ୍ରାସ କରାଯାଉଛି । ମୋଦି ସରକାରଙ୍କ ଚାପରେ ପଡ଼ି ଟୁଇଟର ଏଭଳି କରୁଛି । ଯାହା ଅଗଣନ୍ତ୍ରାତିକ । ଏଭଳି ହେଲେ ଲୋକମାନଙ୍କ ଟୁଇଟର ପ୍ରତି ଥିବା ଆସ୍ଥା ତୁଟି ଯିବ ବୋଲି ସେ ଉଲ୍ଲେଖ କରିଛନ୍ତି ।
ତେବେ ରାହୁଲଙ୍କ ଚିଠିର ଯବାବ ରଖିଛି ଟୁଇଟର । ଟୁଇଟର ପକ୍ଷରୁ କୁହାଯାଇଛି ଯେ, ଫଲୋୟର୍ସଙ୍କ ସଂଖ୍ୟା ଗଣନା ଏକ ଦୃଶ୍ୟମାନ ଭିଜିବୁଲ୍ ଫିଚର । ଟୁଇଟର ଚାହେଁ ଯେ ସମସ୍ତଙ୍କ ବିଶ୍ୱାସ ରହିବା ଉଚିତ । ଏହି ସଂଖ୍ୟାଗୁଡିକ ସଠିକ ଏବଂ ବାସ୍ତବ ତଥା ତଥ୍ୟତ୍ମକ । ତେବେ ଯଦି ସେତିକି କିଛି ସ୍କାମ୍ ହୋଇଛି ବୋଲି ଆପଣ ଅଭିଯୋଗ କରୁଛନ୍ତି ଏହା ଉପରେ ଆମେ ନିଶ୍ଚିତ ଭାବେ ଧ୍ୟାନ ଦେବୁ । ଖୁବ୍ଶୀଘ୍ର ଏନେଇ ଜଣାଇ ଦିଆଯିବ ବୋଲି ଟୁଇଟର ପକ୍ଷରୁ କୁହାଯାଇଛି ।
Powered by Froala Editor