ସମ୍ପତ୍ତି ପାଇଁ ମାଆକୁ କଲା ହତ୍ୟା ପୁଅ
କଟକ: ସମ୍ପତ୍ତି ପାଇଁ ସଇତାନ ସାଜିଲା ପୁଅ । ଜମିବାଡ଼ି ବିବାଦ ତଥା ପାରିବାରିକ କଳହକୁ କେନ୍ଦ୍ର କରି ମାଆକୁ ହତ୍ୟାକଲା ପୁଅ । ଏପରି ଘଟଣା ଘଟିଛି କଟକ ଜିଲ୍ଲା ଶ୍ରୀବିହାର କଲୋନୀରେ । ମୃତକ ମହିଳା ଜଣକ ହେଲେ ପରେଶ କୁମାରୀ ସିଂହଦେଓ । ସେ କନିକା ରାଜାଙ୍କ ନାତୁଣୀ ବୋହୂ ବୋଲି ଜଣାପଡିଛି । ଅଭିଯୁକ୍ତ ପୁଅ ଗୋପାଳ ଭଞ୍ଜଦେଓକୁ ବିଡ଼ାନାସୀ ଥାନାରେ ଅଟକ ରଖିଛି ପୋଲିସ ।
ସୂଚନାଅନୁସାରେ କିଛି ଦିନ ହେବ ଜମିବାଡିକୁ ନେଇ ଘରେ ବିବାଦ ଲାଗିରହିଥିଲା । ପୂର୍ବରୁ ମଧ୍ୟ ଗୋପାଳ ପରେଶ ଦେବୀଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ। ଏନେଇ ପୋଲିସକୁ ଖବର ମଧ୍ୟ ଦିଆଯାଇଥିଲା । ତେବେ ପୋଲିସ ଗୋପାଳକୁ ତାଗିଦ କରି ଛାଡି ଦେଇଥିଲେ । ଆଜି ସକାଳୁ ଏକ ଧାରୁଆ ଅସ୍ତ୍ରରେ ପରେଶ ଦେବୀଙ୍କୁ ହତ୍ୟା କରିଛି । ଗୋପାଳ ଭଞ୍ଜଦେଓକୁ ବିଡ଼ାନାସୀ ଥାନାରେ ଅଟକ ରଖାଯାଇଛି । ଘଟଣା ସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଚଳାଇଛନ୍ତି ।
Powered by Froala Editor