ପୁରୀ ବେଳାଭୂମିରେ ଗଣତନ୍ତ୍ର ଦିବସର ଶୁଭେଚ୍ଛା
ପୁରୀ: ଆଜି ଗଣତନ୍ତ୍ର ଦିବସରେ ଏକ ନିଆରା ଢ଼ଙ୍ଗରେ ଶୁଭେଚ୍ଛା ଜଣେଇବାର ପ୍ରୟାସ । ବାଲୁକାରେ ଗଣତନ୍ତ୍ର ଦିବସର ଶୁଭେଚ୍ଛା । ଅନ୍ତର୍ଜାତୀୟ ବାଲୁକା କଳା ଶିଳ୍ପୀ ମାନସ ସାହୁ ପୁରୀ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି । ୭୩ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସେ ବାଲୁକା କଳାରେ ଇଣ୍ଡିଆ ଗେଟର ନିର୍ମାଣ କରିଛନ୍ତି ।
ଇଣ୍ଡିଆ ଗେଟରେ ତ୍ରିରଙ୍ଗା ଚିତ୍ରଣ କରି ଦେଶବାସୀଙ୍କୁ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି।
Powered by Froala Editor