ସରପଞ୍ଚଙ୍କ ଘର ପୋଡ଼ିଦେଲେ ଦୁର୍ବୃତ୍ତ
ଆଳି: ରାଜନୈତିକ ଆକ୍ରୋଶରୁ ବାଳକାଟୀ ସରପଞ୍ଚଙ୍କ ଘର ପୋଡ଼ି ଦିଆଯାଇଛି । ତାଙ୍କ ନଡ଼ାଛପର ଘର ସମେତ ଭିତରେ ଥିବା ସମସ୍ତ ଆସବାବ ପତ୍ର ପୋଡ଼ି ନଷ୍ଟ ହୋଇଥିବା ନେଇ ସରପଞ୍ଚ ଦିବାକର ନାୟକ ଆଳି ଥାନାରେ ଅଭିଯୋଗ କରିଛନ୍ତି ।
ସୂଚନା ଅନୁସାରେ ନୂଆ କୋଠାଘର ନିର୍ମାଣ ଚାଲିଥିବାରୁ ସରପଞ୍ଚ ଓ ତାଙ୍କ ପରିବାର ଲୋକେ ନାଗପଡ଼ା ଠାକୁରାଣୀଙ୍କ ନିକଟରେ ଥିବା ନଡ଼ାଛପର ଘରେ ରହିଆସୁଥିଲେ । ଗତକାଲି ରାତିରେ ଏକ ବିବାହ ଉତ୍ସବରେ ସରପଞ୍ଚଙ୍କ ସମେତ ତାଙ୍କ ପରିବାର ସଦସ୍ୟ ଯୋଗ ଦେବାକୁ ଯାଇଥିଲେ । ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ନିଅାଁ ଲଗେଇ ଘର ପୋଡ଼ି ଦେଇଥିବା ସରପଞ୍ଚ ଶ୍ରୀ ନାୟକ ଆଳି ଥାନାରେ ଅଭିଯୋଗ କରିଛନ୍ତି ।
Powered by Froala Editor