ରାଜ୍ୟରେ ପିକ୍ ଛୁଇଁ ସାରିଛି କରୋନା ସଂକ୍ରମଣ!
ଭୁବନେଶ୍ୱର: ରାଜ୍ୟରେ ଗତ କିଛି ଦିନ ହେବ ଲଗାତାର ଭାବେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଗତ ଜାନୁଆରୀ ୧୨ ତାରିଖରୁ ଏପର୍ଯ୍ୟନ୍ତ ଦୈନିକ ସଂକ୍ରମଣ କମିବାରେ ଲାଗିଛି। ଯଦି ଏହି ଧାରା ଆଉ କିଛି ଦିନ ଯାଏ ଜାରି ରହେ, ତେବେ ଆମେ କହିପାରିବା ରାଜ୍ୟରେ ସଂକ୍ରମଣ ପିକ୍ ଅତିକ୍ରମ କରିସାରିଛି। ଯାହା ରାଜ୍ୟ ପାଇଁ ଏକ ଆଶ୍ୱସ୍ତିକର ଖବର ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ବିଜୟ ମହାପାତ୍ର। ଯଦି ଏହା ଭିତରେ ସଂକ୍ରମଣ ପୁଣି ବଢେ ତାହେଲେ ଏହା ଭୁଲ ଆକଳନ ହୋଇପାରେ।
ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ଆହୁରି ମଧ୍ୟ କହିଛନ୍ତି ଯେ, ସଂକ୍ରମଣ ସବୁ ଜିଲ୍ଲାରେ ଅଛି। କେବଳ ସହର ନୁହେଁ ଗାଁରେ ମଧ୍ୟ ସଂକ୍ରମଣ ରହିଛି। ଲୋକଙ୍କ ବ୍ୟବହାରରେ ଯେପରି ସଂକ୍ରମଣ ନ ବଢୁ ସେନେଇ ସଚେତନ ହେବା ଆବଶ୍ୟକ। ରାଜ୍ୟରେ କିଛି ଦିନ ହେବ ମୃତୁ୍ୟ ସଂଖ୍ୟା ୬ରୁ ୭ ଭିତରେ ରହୁଛି। ଯେଉଁମାନଙ୍କର ମୃତୁ୍ୟ ହେଉଛି ସେମାନେ ବିଭିନ୍ନ ରୋଗରେ ପୀଡିତ ଥିବା ସ୍ୱାସ୍ଥ୍ୟ ନିଦେ୍ର୍ଧଶକ କହିଛନ୍ତି।
Powered by Froala Editor