ଆଜି ଜାତୀୟ ଭୋଟର ଦିବସ
ଭୁବନେଶ୍ୱର: ଭାରତୀୟ ନିର୍ବାଚନ କମିଶନ ପ୍ରତିଷ୍ଠା ଦିବସର ସ୍ମୃତିରେ ପ୍ରତି ବର୍ଷ ସାଧାରଣତନ୍ତ୍ର ଦିବସର ପୂର୍ବ ଦିନ ଭାରତ ପାଳନ କରେ ଜାତୀୟ ଭୋଟର ଦିବସ । ଭୋଟରଙ୍କ ଅଧିକାର ଓ କର୍ତ୍ତବ୍ୟ ଉପରେ ଭାରତର ନାଗରିକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ନିମନ୍ତେ ଉସôର୍ଗୀକୃତ ହୋଇଥିବାରୁ ଦେଶରେ ଏହି ଦିବସର ଗୁରୁତ୍ୱ ରହିଛି ।
୧୯୫୦ ମସିହା, ଜାନୁୟାରୀ ୨୫ ତାରିଖରେ ନିର୍ବାଚନ କମିଶନ ଗଠନ ହୋଇଥିଲା, କିନ୍ତୁ ୨୦୧୧ ମସିହାରେ ପ୍ରଥମ ଭୋଟର ଦିବସ ପାଳିତ ହେଲା । ପ୍ରତିବର୍ଷ ଏହି ଦିବସ ପାଳନ ନିମନ୍ତେ ଏକ ସ୍ୱତନ୍ତ୍ର ବିଷୟ ଚୟନ କରାଯାଇଥାଏ । ଚଳିତବର୍ଷ ଭୋଟର ଦିବସର ବିଷୟ ରହିଛି ‘ନିର୍ବାଚନକୁ ସମ୍ମିଳିତ, ସୁଲଭ ଓ ସହଭାଗୀ କରିବା’ । କୋଭିଡ-୧୯ ଓ ଓମିକ୍ରନ ଭୟ ଯୋଗୁ ଚଳିତ ବର୍ଷ ଉତ୍ତରପ୍ରଦେଶ ସମେତ ଦେଶର ୫ରଜ୍ୟରେ ବିଧାନସଭା ନିର୍ବାଚନକୁ ନେଇ ନିର୍ବାଚନ କମିଶନ ଏକ ବଡ ଆହ୍ୱାନର ସମ୍ମୁଖୀନ ହେବେ ।
Powered by Froala Editor