ଜାଣନ୍ତୁ ପାଣି ପିଇବାର ଠିକ ତରିକା
![ଜାଣନ୍ତୁ ପାଣି ପିଇବାର ଠିକ ତରିକା](https://odishanewslens.com/news_gallery/10066_1642909830.jpg)
ଆଜିକାଲିର ଯୁବ ପିଢ଼ିଙ୍କ ପାଇଁ ଫାଷ୍ଟଫୁଡ଼ ଖାଇବା ବାହାରେ ଷ୍ଟ୍ରଟ ଫୁଡ଼ ଖାଇବା ଏକ ଅଭ୍ୟାସରେ ପରିଣତ ହୋଇଗଲାଣି । ଏହା ଖାଇବା ଦ୍ୱାରା ଲୋକେ ବହୁ ରୋଗରେ ମଧ୍ୟ ପଡ଼ୁଛନ୍ତି । ଗ୍ୟାସଟିକ, ଏସିଡ଼, କଷ୍ଟକାଠିନ୍ୟ, ପାଏଲସ ଭଳି ସମସ୍ୟା ଉପୁଜୁଛି ଯଦ୍ୱାରା ଆମେ ଡ଼ାକ୍ତରଙ୍କ ପରାମର୍ଶ ନେବା ସହ କେତେବେଳେ କେତେବେଳେ ଅପରେସନ ମଧ୍ୟ କରାଉଛେ । ସେହିପରି ଯୁବ ପିଢ଼ିଙ୍କର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ହେଉଛି ମେଦବହୁଳତା, ଏଥିଯୋଗୁଁ ଜିମ୍ ଯିବା ଠାରୁ ଆରମ୍ଭ କରି ଡ଼ାଇଟିଙ୍ଗ ତ କେତେବେଳେ ଡ଼ାକ୍ତରଙ୍କ ପରାମର୍ଶ ନେବା ତ କେତେବେଳେ ବଭିନ୍ନ ପ୍ରକାରର କେମିକାଲ ଯୁକ୍ତ ମେଡ଼ିସିନ ମଧ୍ୟ ଖାଇବାକୁ ପଛଉନାହେଁ । ଯାହା ଭବିଶ୍ୟତରେ ମଧ୍ୟ ବହୁ ସମସ୍ୟା ସୃଷ୍ଟି କରିଥାଏ । କିନ୍ତୁ ଏହି ସମସ୍ୟାକୁ ଆମେ କେବଳ ଠିକ ସମୟରେ ଓ ଉଚିତ ପ୍ରଣାଳୀରେ ପାଣି ପିଇବା ଦ୍ୱାରା ବହୁତ ଶୀଘ୍ର ଓଜନ କମେଇପାରିବା । ପାଣି ଆମ ଶରୀରର ସ୍ୱାସ୍ଥ୍ୟ ପାଇଁ ବହୁତ ଜରୁରୀ ହୋଇଥାଏ । ଆମେ ନଖାଇ କିଛି ଦିନ ରହିପାରିବେ । ହେଲେ ପାଣି ନପିଇ ଆମେ ଘଣ୍ଟାଏ ବି ରହିପାରିବେ ନାହିଁ । ପାଣି ଆପଣଙ୍କ ଓଜନ ମଧ୍ୟ କମାଇ ପାରିବେ । ଆପଣ ଦିନରେ ଅତି କମରେ ୮ରୁ ୧୦ ଗ୍ଲାସ ପାଣି ପିଇବା ଉଚିତ୍ । ଜାଣନ୍ତୁ ପାଣି ପିଇବାର ଠିକ ତରିକା ।
୧. ଗରମ ପାଣିରେ କମିବ ଓଜନ : ସବୁଦିନ ସକାଳେ ଗରମ ପାଣି ଶରୀରରୁ ବିଷାକ୍ତ (ଟକ୍ସିକ) ପଦାର୍ଥ ବାହାରି ଯାଇଥାଏ । ଗରମ ପାଣି ପିଇବା ଦ୍ୱାରା ଭୋଜନ ହଜମ ହେବାରେ ସହଜ ହୋଇଥାଏ ଓ ଓଜନ ଶୀଘ୍ର ହ୍ରାସ କିରଥାଏ ।
୨. ଚର୍ବିକୁ କମ କରିଥାଏ : ଚର୍ବି କମ କରିବା ପାଇଁ ଆପଣଙ୍କୁ ଫ୍ୟାଟ୍ ବା ଚର୍ବି ଉପରେ ବିଶେଷ ଧ୍ୟାନ ଦେବା ଜରୁରୀ । ଗରମ ପାଣି ପିଇବା ଦ୍ୱାରା ଶରୀରରେ ଜମା ହୋଇଥିବା ଚର୍ବି ଶୀଘ୍ର ହ୍ରାସ ହୋଇଥାଏ । ଆପଣଙ୍କ ଖାଦ୍ୟରେ ଗରମ ପାଣି ଜରୁରୀ ସାମିଲ କରନ୍ତୁ ।
୩. ହଜମରେ ହୋଇଥାଏ ସୁଧାର : ପାଣି ଶରୀରରେ ଏକ ଲୁବ୍ରିକେଟ ଏଜେଣ୍ଟ ପରି କାମ କରିଥାଏ । ଯାହାଦ୍ୱାରା ପାଚନ ପ୍ରକ୍ରିୟାରେ ସୁଧାର ହୋଇଥାଏ ।
୪. କୋଷ୍ଠକାଠିନ୍ୟ ଦୂର କରିଥାଏ : ପାଣି ଏକ ଲୁବ୍ରିକେଣ୍ଟ ଭଳି କାମ କରିଥାଏ । ଯାହାଦ୍ୱାରା ପାଚନ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ । ଗରମ ପାଣି ପିଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ । ଏହାଦ୍ୱାରା ଓଜନ କମ୍ ହୋଇଥାଏ ।
Powered by Froala Editor