ଠିକା କମ୍ପାନୀ କ୍ୟାମ୍ପରେ ମାଓବାଦୀଙ୍କ ଆକ୍ରମଣ

ରାୟଗଡା: ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡ଼ା ଗ୍ରାମରେ ମାଓବାଦୀଙ୍କ ଲଙ୍କାକାଣ୍ଡ । ବୁଡାଗୁଡା ଗ୍ରାମରେ ଥିବା SVSMC ନାମକ ଏକ ଠିକା କମ୍ପାନୀ କ୍ୟାମ୍ପରେ ଆକ୍ରମଣ କରିଛନ୍ତି ମାଓବାଦୀ । ରାସ୍ତା ନିର୍ମାଣ ନିମନ୍ତେ ରହିଥିବା ଗୋଟିଏ ଟ୍ରଲି ଓ ଟ୍ରକ୍ ସମେତ ଅନ୍ୟ ସାମଗ୍ରୀ ମାଓବାଦୀ ପୋଡ଼ି ଦେଇଥିବା ସୂଚନା ମିଳିଛି । ଏଥିସହ କ୍ୟାମ୍ପ ଗେଟ୍ ଠାରେ ଏକ ମାଓବାଦୀଙ୍କ ପୋଷ୍ଟର ଲାଗିଥିବା ମଧ୍ୟ ଦେଖିବାକୁ ମିଳିଛି ।
ଉକ୍ତ ପୋଷ୍ଟରରେ ସିପିଆଇ(ମାଓବାଦୀ) ଉଲ୍ଲେଖ ରହିଛି । ଗତକାଲି(ଶୁକ୍ରବାର) ବିଳମ୍ବିତ ରାତିରେ ପ୍ରାୟ ୨୦ରୁ ଉର୍ଦ୍ଧ ସଶସ୍ତ୍ର ମାଓବାଦୀ କ୍ୟାମ୍ପ ଆସି ଏହି ଲଙ୍କାକାଣ୍ଡ ଭିଆଇଥିବା ସୂଚନା ମିଳିଛି। ଆଜି ସକାଳୁ ଏହି ଘଟଣା ଲୋକଲୋଚନକୁ ଆସିଛି ।
Powered by Froala Editor