ଭୟଙ୍କର ଦୁର୍ଘଟଣା, ଓଭର ବ୍ରିଜ୍ ତଳକୁ ଖସିଲା କାର୍

ଭୁବନେଶ୍ୱର: ରାଜଧାନୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଓଭର ବ୍ରିଜ୍ ଉପରୁ ତଳକୁ ଭାରସାମ୍ୟ ହରାଇ ଖସିପଡିଲା କାର୍ । ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଭୁବନେଶ୍ୱର ପୁନାମାଗେଟ୍ ରେଳ ଓଭର ବ୍ରିଜ୍ ନିକଟରେ ଆଜି ଭୋରରୁ ଘଟିଛି । ଦୁର୍ଘଟଣାରେ ଚାଳକଙ୍କ ସମେତ ଗାଡିରେ ଥିବା ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ, ଆଜି ଭୋର ପ୍ରାୟ ୪ଟା ସମୟରେ କାର୍ଟି ଦ୍ରୁତ ଗତିରେ ଆସି ପୁନାମାଗେଟ୍ ରେଳ ଓଭର ବ୍ରିଜ ର ବାଡାରେ ମାଡ଼ ହୋଇଥିଲା । ପରେ ଭାରସାମ୍ୟ ହରାଇ କାରଟି ବାଡା ଭାଙ୍ଗି ତଳକୁ ଖସି ପଡିଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିରେ ଥିବା ଆହତମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରିଛି । ସେମାନଙ୍କ ପରିଚୟ ମିଳିନାହିଁ । ପୁଲିସ ଗାଡିକୁ ଜବତ କରି ଘଟଣାର ତଦନ୍ତ କରୁଛି । କାର୍ ଚାଳକ ଆହାତ ହୋଇ ଡାକ୍ତରଖାନାରେ ଚିକିସôିତ ହେଉଛନ୍ତି ।
Powered by Froala Editor