ଆଖି ସମସ୍ୟା ଓ ଶରୀର ରେ ରକ୍ତ ବୃଦ୍ଧି ପାଇଁ ବ୍ୟବହାର କରନ୍ତୁ ଏ ଜିନିଷ
ରୋଷେଇ ଘରେ ପ୍ରାୟତଃ ପିଆଜ ଏବଂ ଅଦା ବ୍ୟଞ୍ଜନର ମସଲା ପାଇଁ ବ୍ୟବହାର କରାଯାଇଥାଏ । କିନ୍ତୁ ଅଦା ଏବଂ ପିଆଜ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁ ଉପକାରୀ ଅଟେ । କାରଣ ଅଦାରେ ଆଣ୍ଟିଅକ୍ସିଡାଣ୍ଟ ବହୁତ ପରିମାଣରେ ଥାଏ ଯାହା ଶରୀରର ଚାପ ଦୂର କରିବା ସହ ଶରୀରକୁ ଉଚ୍ଚ ରକ୍ତଚାପ, ହୃଦରୋଗ ଏବଂ ଫୁସଫୁସ ରୋଗ ଭଳି ଅନେକ ରୋଗରୁ ମୁକାବିଲା କରିବାରେ ସାହାଯ୍ୟ କରିଥାଏ । ଏହାସହ ପିଆଜ କେଶ ସମସ୍ୟା ଦୂର କରିଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ପିଆଜ ଏବଂ ଅଦା ରସ ମଧ୍ୟ ଶରୀରର ବହୁ ସମସ୍ୟା ଦୂର କରିଥାଏ । ଏହା ପାଚନତନ୍ତ୍ର ଠାରୁ ଆରମ୍ଭ କରି ଆଖି ସମସ୍ୟା ମଧ୍ୟ ଦୂର କରିଥାଏ । ତେବେ ଆସନ୍ତୁ ଜାଣିବା ପିଆଜ ଏବଂ ଅଦା ରସ ର ଉପକାରିତା ବିଷୟରେ-
– ପିଆଜ ଏବଂ ଅଦା ରସ ଆଖିର ଆଲୋକ ବଢାଇବା ପାଇଁ ସହାୟକ ହୋଇଥାଏ । ପିଆଜ ରସ ଶରୀରରେ ଗ୍ଲୁଟାଥିଅନ୍ ତିଆରି କରିଥାଏ । ଏହା ଏକ ପ୍ରକାରର ପ୍ରୋଟିନ ହୋଇଥାଏ, ଯାହା ଆଖି ପାଇଁ ଲାଭଦାୟକ ହୋଇଥାଏ । ଏହାସହ ପିଆଜ ଏବଂ ଅଦା ରସରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଥାଏ । ପିଆଜ ରସରେ ଭିଟାମିନ୍-ଇ ଥାଏ, ଯାହା ଆଖି ସହିତ ଜଡିତ ସମସ୍ୟାକୁ ଦୂର କରିଥାଏ ।
- ଗର୍ଭବତୀ ମହିଳାଙ୍କ ପାଇଁ ପିଆଜ ଏବଂ ଅଦା ରସ ଖାଇବା ମଧ୍ୟ ଲାଭଦାୟକ ଅଟେ ।ପିଆଜରେ ଭିଟାମିନ୍ ସି ଥାଏ, ଯାହା ଗର୍ଭବତୀ ମହିଳାମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଏହାସହ ପିଆଜରେ ସଲଫର,ଆଇରନ,ଫାଇବର ଏବଂ ଜିଙ୍କ୍ ଭଲ ପରିମାଣରେ ମିଳିଥାଏ । ଏହିପରି ଅଦାରସ ସଂକ୍ରମଣକୁ ରୋକିବାରେ ସହାୟକ ହୋଇଥାଏ ।
– ପିଆଜ ଏବଂ ଅଦା ରସ ଶରୀରରେ ରକ୍ତ ଅଭାବକୁ ଦୂର କରିଥାଏ ।ଅଦା ରସ ସେବନ କରିବା ଦ୍ୱାରା ଶରୀରର ରକ୍ତ ସଞ୍ଚାଳନ ଉନ୍ନତ ହୋଇଥାଏ । ଅନ୍ୟପକ୍ଷରେ, କଞ୍ଚା ପିଆଜ ରସ ରକ୍ତହୀନତା ସମସ୍ୟା ଦୂର କରିଥାଏ। ଶରୀରରେ ରକ୍ତ ଅଭାବ ହେଲେ ଅଦା ଏବଂ ପିଆଜ ରସ ସେବନ କରିପାରିବେ ।
Powered by Froala Editor