ଆଜି ଦେଶରେ ୩ଲକ୍ଷ ପାର୍ କରୋନା ପଜିଟିଭ୍
ନୂଆଦିଲ୍ଲୀ: ଉପରମୁହାଁ କରୋନା ଗ୍ରାଫ । ଦେଶରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ । ଗତ ୨୪ଘଣ୍ଟାରେ ଦେଶରେ ୩ଲକ୍ଷ ୪୭ହଜାର ୨୫୪ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦ୍ୱିତୀୟ ଲହରରେ ଦୈନିକ ସଂକ୍ରମଣ ୩ଲକ୍ଷରେ ପହଞ୍ଚିବା ପାଇଁ ୬୦ଦିନ ଲାଗିଥିବାବେଳେ ତୃତୀୟ ଲହରରେ ମାତ୍ର ୨୩ଦିନରେ ଏହା ସମ୍ଭବ ହୋଇଛି । ଗତକାଲି ଠାରୁ ଆଜି ୨୯ ହଜାର ୭୨୨ଜଣ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ଦୈନିକ ପଜିଟିଭ୍ ହାର ୧୭.୯୪ ପ୍ରତିଶତକୁ ବୃଦ୍ଧି ପାଇଛି ।
ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ୨୦ଲକ୍ଷ ପାର୍ କରିଛି । ଦେଶରେ ସକ୍ରିୟ ମାମଲା ରହିଛି ୨୦ଲକ୍ଷ ୧୮ହଜାର ୮୨୫ରେ ପହଞ୍ଚିଛି । ଏବେ ସୁଦ୍ଧା ମୋଟ ୩କୋଟି ୬୦ଲକ୍ଷ ୫୮ହଜାର ୮୦୬ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତିି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Powered by Froala Editor