Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, May 14, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ନାଁ ଘୋଷଣା କଲା କଂଗ୍ରେସ: ଭିଡି ସତୀଶନ ...

  • ଚଳନ୍ତା ବସ୍‌ରେ ୩୦ ବର୍ଷୀୟା ମହିଳାଙ୍କୁ ...

  • ଉତ୍ତର ପ୍ରଦେଶରେ ପ୍ରଳୟଙ୍କରୀ ଝଡ଼ ; ୧୦୦ରୁ ...

  • ଅମୂଲ-ମଦର ଡାଏରୀ କ୍ଷୀର 2ଟଙ୍କାକୁ ବୃଦ୍ଧି

  • NEET UG ପେପର ଲିକ୍ ମାମଲା ସୁପ୍ରିମକୋର୍ଟରେ

  • ବଢ଼ିପାରେ ତେଲ ଦର

  • ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ...

  • ଇନଷ୍ଟାଗ୍ରାମ୍‌ରେ ତ୍ରିଶା କହିଦେଲେ ମନର ...

  • ପରସ୍ପରକୁ ଅନଫଲୋ କଲେ ମୌନି ଏବଂ ସୂରଜ

  • ନିଟ୍‌-ୟୁଜି ପ୍ରଶ୍ନପତ୍ର ଲିକ୍‌, ନାଶିକରୁ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ପୁଣି ବଢ଼ିପାରେ ତୈଳଦର

ପୁଣି ବଢ଼ିପାରେ ତୈଳଦର

2022-01-20 09:43:17
15133
Share:
Facebook
Twitter
E-Mail
WhatsApp
Telegram
ପୁଣି ବଢ଼ିପାରେ ତୈଳଦର

ନୂଆଦିଲ୍ଲୀ: ପୁଣି ତୈଳଦର ବଢ଼ିବା ଆଶଙ୍କା । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ବଢ଼ୁଥିବାରୁ ପେଟ୍ରୋଲ, ଡିଜେଲ ଦର ବଢ଼ିପାରେ । ଅଶୋଧିତ ତୈଳଦର ୭ ବର୍ଷ ମଧ୍ୟରେ ସବୁ ରେକର୍ଡ ଭାଙ୍ଗି ସର୍ବୋଚ୍ଚ ସ୍ତରରେ ରହିଛି । ଏବେ ଅଶୋଧିତ ତୈଳଦର ବ୍ୟାରେଲ୍ ପିଛା ୮୮ ଡଲାର ପାର୍ କରିଛି । ବୁଧବାର ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ବ୍ୟାରେଲ୍ ପିଛା ୮୮.୧୪ ଡଲାର ରହିଛି ।

୨୦୨୨ ନୂଆବର୍ଷରେ ଅଶୋଧିତ ତୈଳଦର ପ୍ରାୟ ୧୦ ପ୍ରତିଶତ ବୃଦ୍ଧି ପାଇଛି । ବିଗତ ୪ ସପ୍ତାହ ଧରି ଲଗାତାର ଭାବେ ଅଶୋଧିତ ତୈଳଦର ବୃଦ୍ଧି ପାଇ ଚାଲିଛି । ମହାମାରୀ କୋଭିଡ୍ ପରେ ଚାହିଦା ବୃଦ୍ଧି ଯୋଗୁଁ ଅଶୋଧିତ ତୈଳଦର ବଢ଼ୁଥିବା ବେଳେ ଆଗକୁ ଆହୁରି ବଢ଼ିପାରେ । ଏପରିକି ଜୁନ୍ ସୁଦ୍ଧା ଅଶୋଧିତ ତୈଳଦର ବ୍ୟାରେଲ୍ ପିଛା ୧୦୦ ଡଲାର ଟପିବା ନେଇ ଆକଳନ କରିଛନ୍ତି ବିଶେଷଜ୍ଞ ।

୨୦୨୧ ଡିସେମ୍ବର ୧ରେ ଅଶୋଧିତ ତୈଳଦର ବ୍ୟାରେଲ୍ ପିଛା ୬୮.୮୭ ଡଲାର୍ ରହିଥିଲା । ଯାହାକି ବଢ଼ି ବଢ଼ି ୨୦୨୨ ଜାନୁଆରୀ ତୃତୀୟ ସପ୍ତାହ ମାତ୍ର ୫୦ ଦିନରେ ୮୮ ଡଲାର ପାର୍ କରିଛି । ଅର୍ଥାତ୍ ଦେଢ଼ ମାସ ଭିତରେ ଅଶୋଧିତ ତୈଳଦର ୨୯ ପ୍ରତିଶତ ବୃଦ୍ଧି ପାଇଛି । ଫଳରେ ସରକାରୀ ତେଲ କମ୍ପାନୀ ଅଧିକ ଟଙ୍କା ଦେଇ ଅଶୋଧିତ ତୈଳ କିଣୁଛନ୍ତି । ତେବେ, ଆଶ୍ଚର୍ୟ୍ୟର କଥା ହେଉଛି ବିଗତ ଦେଢ଼ମାସ ହେଲା ଅଶୋଧିତ ତୈଳଦର ବଢ଼ୁଥିଲେ ମଧ୍ୟ ପେଟ୍ରୋଲ, ଡିଜେଲ୍ ମୂଲ୍ୟ ସ୍ଥିର ରହିଛି ।

ପ୍ରଶ୍ନ ଉଠୁଛି କଣ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ସରକାରଙ୍କ ଚାପରେ ସରକାରୀ ତେଲ କମ୍ପାନୀ ପେଟ୍ରୋଲ, ଡିଜେଲ୍ ଦର ବଢ଼ାଉ ନାହାଁନ୍ତି । ଯେତେବେଳେ କି ତେଲ କମ୍ପାନୀ ୨୦୨୨ ଜାନୁଆରୀରେ ଉଡ଼ାଜାହାଜ ତୈଳଦର ଦୁଇଥର ବଢ଼ାଇ ସାରିଲେଣି ।

ଅଶୋଧିତ ତୈଳଦର ବଢ଼ୁଥିବାରୁ ସରକାରୀ ତେଲ କମ୍ପାନୀ କ୍ଷତି ସହୁଛନ୍ତି । ଅଶୋଧିତ ତୈଳଦରରେ ପ୍ରତି ୧ ଡଲାର ବୃଦ୍ଧି ଉପରେ ସରକାରୀ ତୈଳ କମ୍ପାନୀ ପେଟ୍ରୋଲ, ଡିଜେଲ୍ ଲିଟର ପିଛା ୪୦ ପଇସା ବୃଦ୍ଧି କରିଥାନ୍ତି । ସେହି ଅନୁସାରେ, ୨୦୨୧ ଡିସେମ୍ବର ୧ରୁ ଆଜି ଯାଏ ଦେଖିଲେ ୫୦ ଦିନରେ ଅଶୋଧିତ ତୈଳଦର ବ୍ୟାରେଲ୍ ପିଛା ୨୦ ଡଲାର ବୃଦ୍ଧି ପାଇଛି । ଅଶୋଧିତ ତୈଳଦର ୫ ଡଲାର ମହଙ୍ଗା ହେବା ପରେ ଡିଜେଲ ଓ ପେଟ୍ରୋଲ ଦର ୨ ଟଙ୍କା ବଢ଼ିଥାଏ । ଏଥିସହ ଟଙ୍କା ତୁଳନରେ ଦୁର୍ବଳ ଡଲାରକୁ ମିଶାଇଲେ ତେଲ କମ୍ପାନୀ କ୍ଷତି ଭରଣା ପାଇଁ ପେଟ୍ରୋଲ, ଡିଜେଲ୍ ଲିଟର ପିଛା ଅତି କମରେ ୫ ଟଙ୍କା ବୃଦ୍ଧି କରିଥାନ୍ତେ । କୁହାଯାଉଛି ନିର୍ବାଚନ ସରକାରୀ ତେଲ କମ୍ପାନୀଙ୍କ ହାତ ବାନ୍ଧି ଦେଇଛି ।

୨୦୨୧ ନଭେମ୍ବର ୪ ତାରିଖ ପରଠାରୁ ସରକାରୀ ତେଲ କମ୍ପାନୀ ପେଟ୍ରୋଲ ଓ ଡିଜେଲ୍ ଦରରେ କୌଣସି ପରିବର୍ତ୍ତନ କରିନାହାଁନ୍ତି । ପ୍ରତିଦିନ ଦର ନେଇ ସମୀକ୍ଷା କରୁଥିଲେ ମଧ୍ୟ ରାଜନୈତିକ ଓ ସରକାରୀ ଚାପରେ କୌଣସି ନିଷ୍ପତ୍ତି ନେଇନାହାଁନ୍ତି । ଏବେ ଆଶଙ୍କା କରାଯାଉଛି ୫ ରାଜ୍ୟ ନିର୍ବାଚନ ସରିବା ପରେ ପରେ ୨୦୨୨ ମାର୍ଚ୍ଚ ୧୦ ପରେ ସାଧାରଣ ଲୋକଙ୍କ ଉପରେ ପେଟ୍ରୋଲ ଓ ଡିଜେଲ ଦର ମାଡ଼ ପୁଣି ପଡ଼ିବ ।

Powered by Froala Editor

Tags Oil price may be hike

Related articles Odisha News Lens 4.1

  • NEET UG ପେପର ଲିକ୍ ମାମଲା ସୁପ୍ରିମକୋର୍ଟରେ
    ଦେଶ-ଦେଶାନ୍ତର

    NEET UG ପେପର ଲିକ୍ ମାମଲା ସୁପ୍ରିମକୋର୍ଟରେ

    15274
    May 13, 2026
  • ନାଁ ଘୋଷଣା କଲା କଂଗ୍ରେସ: ଭିଡି ସତୀଶନ ହେବେ କେରଳମ ମୁଖ୍ୟମନ୍ତ୍ରୀ
    ଦେଶ-ଦେଶାନ୍ତର

    ନାଁ ଘୋଷଣା କଲା କଂଗ୍ରେସ: ଭିଡି ସତୀଶନ ହେବେ କେରଳମ ମୁଖ୍ୟମନ୍ତ୍ରୀ

    14666
    May 14, 2026
  • ନିଟ୍‌-ୟୁଜି ପ୍ରଶ୍ନପତ୍ର ଲିକ୍‌, ନାଶିକରୁ ଗିରଫ ମୁଖ୍ୟ ଅଭିଯୁକ୍ତ
    ଦେଶ-ଦେଶାନ୍ତର

    ନିଟ୍‌-ୟୁଜି ପ୍ରଶ୍ନପତ୍ର ଲିକ୍‌, ନାଶିକରୁ ଗିରଫ ମୁଖ୍ୟ ଅଭିଯୁକ୍ତ

    15502
    May 13, 2026
  • ଅମୂଲ-ମଦର ଡାଏରୀ କ୍ଷୀର 2ଟଙ୍କାକୁ ବୃଦ୍ଧି
    ଦେଶ-ଦେଶାନ୍ତର

    ଅମୂଲ-ମଦର ଡାଏରୀ କ୍ଷୀର 2ଟଙ୍କାକୁ ବୃଦ୍ଧି

    13637
    May 14, 2026
  • ଉତ୍ତର ପ୍ରଦେଶରେ ପ୍ରଳୟଙ୍କରୀ ଝଡ଼ ; ୧୦୦ରୁ ଅଧିକ ମୃତାହତ
    ଦେଶ-ଦେଶାନ୍ତର

    ଉତ୍ତର ପ୍ରଦେଶରେ ପ୍ରଳୟଙ୍କରୀ ଝଡ଼ ; ୧୦୦ରୁ ଅଧିକ ମୃତାହତ

    14508
    May 14, 2026
  • ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଏନ ରଙ୍ଗାସାମୀ
    ଦେଶ-ଦେଶାନ୍ତର

    ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଏନ ରଙ୍ଗାସାମୀ

    14391
    May 13, 2026
  • ବଢ଼ିପାରେ ତେଲ ଦର
    ଦେଶ-ଦେଶାନ୍ତର

    ବଢ଼ିପାରେ ତେଲ ଦର

    14044
    May 13, 2026
  • ପରସ୍ପରକୁ ଅନଫଲୋ କଲେ ମୌନି ଏବଂ ସୂରଜ
    ମନୋରଞ୍ଜନ

    ପରସ୍ପରକୁ ଅନଫଲୋ କଲେ ମୌନି ଏବଂ ସୂରଜ

    13764
    May 13, 2026
  • ଇନଷ୍ଟାଗ୍ରାମ୍‌ରେ ତ୍ରିଶା କହିଦେଲେ ମନର କଥା
    ଦେଶ-ଦେଶାନ୍ତର

    ଇନଷ୍ଟାଗ୍ରାମ୍‌ରେ ତ୍ରିଶା କହିଦେଲେ ମନର କଥା

    13949
    May 13, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଇନଷ୍ଟାଗ୍ରାମ୍‌ରେ ତ୍ରିଶା କହିଦେଲେ ମନର କଥା

    13949
    May 13, 2026
  • ଦେଶ-ଦେଶାନ୍ତର

    ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଏନ ରଙ୍ଗାସାମୀ

    14391
    May 13, 2026
  • ଦେଶ-ଦେଶାନ୍ତର

    ନିଟ୍‌-ୟୁଜି ପ୍ରଶ୍ନପତ୍ର ଲିକ୍‌, ନାଶିକରୁ ଗିରଫ ମୁଖ୍ୟ ଅଭିଯୁକ୍ତ

    15502
    May 13, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17472
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17522
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17882
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16355
    Apr 03, 2021

ବିଶେଷ

  • ଏପରି କଲେ ଜୀବନରେ ମିଳେ ଅନେକ ସଫଳତା

    15748
    May 12, 2026
  • ଏହି ଉପାୟରେ ଖାଆନ୍ତୁ ଖାଦ୍ୟ, ଜୀବନ ହେବ ସୁସ୍ଥ

    16127
    May 09, 2026
  • ଅଧିକ ମୋବାଇଲ୍ ଦେଖୁଥିଲେ ଭୋଗିବେ ଏହି ସମସ୍ୟା

    14569
    May 07, 2026
  • କେମିତି ଦୂର କରିବେ ଟେନ୍‌ସନ୍‌

    15539
    May 05, 2026
  • ଘଣ୍ଟା ଘଣ୍ଟା ଧରି ଏସି ଚାଲିଲେ ହୋଇଥାଏ ଏମିତି ଅସୁବିଧା

    15276
    May 03, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15398
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15138
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15629
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13953
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • NEET UG ପେପର ଲିକ୍ ମାମଲା ସୁପ୍ରିମକୋର୍ଟରେ

    15274
    May 13, 2026
  • ଉତ୍ତର ପ୍ରଦେଶରେ ପ୍ରଳୟଙ୍କରୀ ଝଡ଼ ; ୧୦୦ରୁ ଅଧିକ ମୃତାହତ

    14508
    May 14, 2026
  • ଅମୂଲ-ମଦର ଡାଏରୀ କ୍ଷୀର 2ଟଙ୍କାକୁ ବୃଦ୍ଧି

    13637
    May 14, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In