ଏକ୍ସରେ ମିଳୁଛି ନିର୍ଭୁଲ୍ କରୋନା ରିପୋର୍ଟ, ମାତ୍ର ୫ ମିନିଟ୍ରେ ଜଣାପଡ଼ିବ
ନୂଆଦିଲ୍ଲୀ: କୋଭିଡ୍-୧୯କୁ ନେଇ ଦିନକୁ ଦିନ ନୂଆ ତଥ୍ୟ ଆସୁଛି । ବିଶେଷଜ୍ଞ ଓ ଡାକ୍ତମାନେ ଏଥିପାଇଁ ଅହରହ ଉଦ୍ୟମ ଜାରି ରଖିଛନ୍ତି । କିଭଳି ଭାବେ ଏହି ଭୂତାଣୁକୁ ଖୁବ୍ଶୀଘ୍ର ଚିହ୍ନଟ ହୋଇପାରିବ ସେନେଇ ଗବେଷଣା ଜାରି ରହିଛି । ଏବେ ଜଣାପଡ଼ିଛି ଯେ ଏକ୍ସରେ ରିପୋର୍ଟରେ ୯୮ ପ୍ରତିଶତ ନିର୍ଭୁଲ୍ ରିପୋର୍ଟ ଆସୁଛି । ତାହା ପୁଣି ମାତ୍ର ୫ରୁ ୧୦ ମିନିଟ୍ରେ ଜଣାପଡ଼ୁଛି। ଯାହାକି ସଂକ୍ରମଣ ରୋକିବାରେ ସହାୟକ ହେବ ବୋଲି କୁହାଯାଉଛି ।
କରୋନା ଭୂତାଣୁ ଚିହ୍ନଟ କରିବା ପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି (ଏଆଇ) ପରୀକ୍ଷା କରାଯାଉଛି । ଏହା ଖୁବ୍ କମ୍ ସମୟରେ ରିପୋର୍ଟ ଆସୁଛି । ପୂର୍ବରୁ ସଠିକ୍ ରିପୋର୍ଟ ଜାଣିବା ପାଇଁ ଆର୍ଟିପିସିଆର୍ ପରୀକ୍ଷା କରାଯାଉଥିଲା । ଏହାର ରିପୋର୍ଟ ଆସିବାକୁ ଅତି କମ୍ରେ ଏକ ଘଣ୍ଟା ଲାଗୁଥିଲା । ଏବେ କିନ୍ତୁ ଜଣେ ବ୍ୟକ୍ତି କରୋନା ସଂକ୍ରମିତ କି ନୁହେଁ ତାହା ଏକ୍ସରେ କରିବା ଦ୍ୱାରା ମାତ୍ର ୫ରୁ ୧୦ ମିନିଟ୍ରେ ଜାଣି ହେବ । ଏଭଳିକି ନୂଆ ଭାରିଆଣ୍ଟ ଓମିକ୍ରମ ମଧ୍ୟ ଏହି ପଦ୍ଧତି ଦ୍ୱାରା ଚିହ୍ନଟ କରାଯାଇ ପାରିବ ।
ନୂତନ କୌଶଳ ଏକ୍ସ-ରେ ଟେକ୍ନୋଲୋଜି ବ୍ୟବହାର କରି କରୋନା ଆକ୍ରାନ୍ତ, ସୁସ୍ଥ ବ୍ୟକ୍ତି ଏବଂ ଭାଇରାଲ ନିମୋନିଆରେ ଆକ୍ରାନ୍ତ ୩୦୦୦ରୁ ଅଧିକ ଚିତ୍ରର ଡାଟାବେସ ସହିତ ଏକ୍ସ-ରେ ସ୍କାନର ତୁଳନା କରାଯାଇଥାଏ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପ୍ରକ୍ରିୟା ଦ୍ୱାରା ପରିଚାଳିତ ଏହି ଉପକରଣ ଭିଜୁଆଲ ମୂଲ୍ୟାଙ୍କନ ବିଶ୍ଳେଷଣ ଏବଂ ନିରାକରଣ ପାଇଁ ଏକ ଆଲଗୋରିଦମ ବ୍ୟବହାର କରିଥାଏ । ସୀମିତ ନିଦାନ ଉପକରଣ ଯୋଗୁ ବିଭିନ୍ନ ଦେଶରେ ବହୁ ସଂଖ୍ୟକ କାରୋନା ପରୀକ୍ଷା କରିବା କଷ୍ଟକର ହୋଇଥାଏ । କିନ୍ତୁ ଏହି ଉପକରଣ ମାଧ୍ୟମରେ ଆକ୍ରାନ୍ତ ଶୀଘ୍ର ଚିହ୍ନଟ ହୋଇପାରିବ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି ।
କରୋନା ରିପୋର୍ଟ ଖୁବ୍ଶୀଘ୍ର ଆସିଲେ, ବ୍ୟକ୍ତି ଜଣଙ୍କ ଖୁବ୍ କମ୍ ସମୟରେ ସୁସ୍ଥ ହୋଇପାରିବେ । ଭୂତାଣୁ ଶରୀରର ଫୁସ୍ଫୁସ୍କୁ ସଂକ୍ରମଣ କରିବା ପୂର୍ବରୁ ଔଷଧ ଖାଇଲେ ଏହା ନଷ୍ଟ ହୋଇଯିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।
Powered by Froala Editor