ବିଜ୍ଞାନର ନୂଆ କୌଶଳ ବିଷୟରେ ଜାଣିବେ ସ୍କୁଲ ଛାତ୍ରଛାତ୍ରୀ
ଭୁବନେଶ୍ୱର: ବିଜ୍ଞାନର ନୂଆ ନୂଆ ଜ୍ଞାନ କୌଶଳ ବିଷୟରେ ଅଧିକ ଜାଣିବେ ସ୍କୁଲ ଛାତ୍ରଛାତ୍ରୀ । ଅଷ୍ଟମରୁ ଦଶମ ଶ୍ରେଣୀର ପିଲାମାନେ କିଭଳି ବିଜ୍ଞାନ ସମ୍ପର୍କିତ ସମସ୍ୟାର ସମାଧାନ କରିପାରିବେ ତାହାର ଶିକ୍ଷାଲାଭ କରିବେ । ଏଥିପାଇଁ ସିବିଏସଇ ପକ୍ଷରୁ ଆରମ୍ଭ ହୋଇଛି ସାଇନ୍ସ ଚ୍ୟାଲେଞ୍ଜ ୨୦୨୧-୨୨ । ଦୀକ୍ଷା ପୋର୍ଟାଲରେ ଏହି ଚାଲେଞ୍ଜ ସୋମବାରଠାରୁ ଆରମ୍ଭ ହୋଇଛି ।
ଏହା ଫେବ୍ରୁଆରୀ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଥମେ ସ୍କୁଲ କର୍ତ୍ତୃପକ୍ଷ ପିଲାଙ୍କ ନାମ ପଞ୍ଜୀକରଣ ଦୀକ୍ଷା ଆପରେ କରିବେ । ଏଥିପାଇଁ କୌଣସି ଫି ଲାଗିବ ନାହିଁ । ପରେ ଅଷ୍ଟମରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଆପରେ ନିଜର ଷ୍ଟୁଡେଣ୍ଟ ଆଇଡି ମାଧ୍ୟମରେ ସାଇନ୍ସ ଚ୍ୟାଲେଞ୍ଜ ପେଜ ଖୋଲି କୋର୍ସରେ ଯୋଗ ଦେବେ ।
Powered by Froala Editor