Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, May 13, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଇନଷ୍ଟାଗ୍ରାମ୍‌ରେ ତ୍ରିଶା କହିଦେଲେ ମନର ...

  • ପରସ୍ପରକୁ ଅନଫଲୋ କଲେ ମୌନି ଏବଂ ସୂରଜ

  • ନିଟ୍‌-ୟୁଜି ପ୍ରଶ୍ନପତ୍ର ଲିକ୍‌, ନାଶିକରୁ ...

  • ୩୮ ବର୍ଷରେ ଅଖିଳେଶ ଯାଦବଙ୍କ ଭାଇ ...

  • ସୁନା ୧୪ ହଜାର, ରୁପା ୩୦ ହଜାର ବଢିଲା

  • ୫୦ ପ୍ରତିଶତ ପର୍ଯ୍ୟନ୍ତ ଖସିଲା ...

  • ଭାରତ-ରୁଷିଆ ଚଳଚ୍ଚିତ୍ରଗତ ସହଯୋଗୀତା ...

  • ଏପରି କଲେ ଜୀବନରେ ମିଳେ ଅନେକ ସଫଳତା

  • ପାକିସ୍ତାନରେ ପାର୍କିଂ ହୋଇଛି ଇରାନୀ ...

  • ବିକାଶମୂଳକ କାମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ...

Home ›› ››ସାଧାରଣତନ୍ତ୍ର ଦିବସ ପାଳନ ନେଇ ୟୁଜିସିର ଏସଓପି, ଜାଣନ୍ତୁ କ’ଣ ରହିଛି

ସାଧାରଣତନ୍ତ୍ର ଦିବସ ପାଳନ ନେଇ ୟୁଜିସିର ଏସଓପି, ଜାଣନ୍ତୁ କ’ଣ ରହିଛି

2022-01-18 07:19:48
13681
Share:
Facebook
Twitter
E-Mail
WhatsApp
Telegram
ସାଧାରଣତନ୍ତ୍ର ଦିବସ ପାଳନ ନେଇ ୟୁଜିସିର ଏସଓପି, ଜାଣନ୍ତୁ କ’ଣ ରହିଛି

ଭୁବନେଶ୍ୱର : କରୋନା କଟକଣା ମଧ୍ୟରେ ଏଥର ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜରେ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ । ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜିତ ଆଜାଦି କା ଅମ୍ରିତ ମହୋତ୍ସବକୁ ସଫଳତାର ସହ ଶିକ୍ଷାନୁଷ୍ଠାନରେ ପାଳନ କରିବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ନିର୍ଦେଶ ଦିଆଯାଇଛି । ଏଥିସହ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ନ୍ୟାସନାଲ ଯୋଗାସନ ସ୍ପୋର୍ଟସ ଫେଡରେସନ(ଏନୱାଇଏସଏଫ) ସହଯୋଗରେ ୭୫କୋଟି ସୂର୍ଯ୍ୟ ନମସ୍କାର ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ସେହି ଅନୁଯାୟୀ ଜାନୁଆରି ୨୬ରେ ଶିକ୍ଷାନୁଷ୍ଠାନରେ ପାଳିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସରେ ସୂର୍ଯ୍ୟ ନମସ୍କାର କାର୍ଯ୍ୟକ୍ରମ କରାଯିବ । ସଙ୍ଗୀତର ଧୂନ ସହ ତ୍ରିରଙ୍ଗା ସମ୍ମୁଖରେ ସୂର୍ଯ୍ୟ ନମସ୍କାର କରିବାକୁ ଦେଶର ୩୦ ହଜାର ଶିକ୍ଷାନୁଷ୍ଠାନକୁ ପରାମର୍ଶ ଦିଆଯାଇଛି । ଏଥିରେ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଷ୍ଟାଫ କିଭଳି ଭାଗ ନେଇ ପାରିବେ । ଏଥିସହ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଜାରି ଗାଇଡଲାଇନ ପାଳନ କରିବା ଦିଗରେ ପଦକ୍ଷେପ ନେବାକୁ ୟୁଜିସି ପକ୍ଷରୁ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତି ଓ କଲେଜ ଅଧ୍ୟକ୍ଷମାନଙ୍କୁ ନିଦେ୍ର୍ଧଶ ଦିଆଯାଇଛି ।
ଉଚ୍ଚ ଶିକ୍ଷାନୁଷ୍ଠାନରେ ସାଧାରଣତନ୍ତ୍ର ଦିବସ କିଭଳି ପାଳନ କରାଯିବ, ସେନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏସଓପି ଜାରି ହୋଇଛି । ସେଥିରେ ଉଲ୍ଲେଖ ହୋଇଛି ଯେ ସକାଳ ୯ଟା ୩୦ ସୁଦ୍ଧା ସାଧାରଣତନ୍ତ୍ର ଦିବସର ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଶେଷ ହେବ । କୋଭିଡ ସ୍ଥିତିକୁ ଦେଖି ଭର୍ଚୁଆଲ କିମ୍ବା ଫିଜିକାଲ ମୋଡରେ କାର୍ଯ୍ୟକ୍ରମ କରାଯିବ ଏବଂ ସମସ୍ତ ଶିକ୍ଷକ, କର୍ମଚାରୀ, ଛାତ୍ରଛାତ୍ରୀ ଏଥିରେ ଉପସ୍ଥିତ ରହିବେ । ନ୍ୟାସନାଲ ୱାର ମେମୋରିଆଲ(ଏନଡବ୍ଲୁଏମ) କିମ୍ବା ଏଥିସହ ଜଡ଼ିତ ଥିବା କୌଣସି ଭିଡ଼ିଓ ସମସ୍ତଙ୍କ ନିକଟରେ ପହଞ୍ଚାଯିବ । ସ୍ୱାଧୀନତାର ୭୫ ବର୍ଷ ପାଳନ କରାଯାଉଥିବାରୁ ସମସ୍ତ ଶିକ୍ଷାନୁଷ୍ଠାନ ନିଜର କ୍ରାଫ୍ଟ ପ୍ରୋଜେକ୍ଟ ପ୍ରସ୍ତୁତ କରିବା ସହ ସେଗୁଡ଼ିକୁ ସୀମାରେ ଥିବା ଯବାନଙ୍କ ନିକଟକୁ ପଠାଇବେ ।


କ୍ରାଫ୍ଟ ପଠାଇବା ଲାଗି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କେନ୍ଦ୍ରୀୟସ୍ତରରେ ଏକ ସ୍ୱତନ୍ତ୍ର ପରିଚାଳନା ବ୍ୟବସ୍ଥା ହେବ । ଯଦି ଶିକ୍ଷାନୁଷ୍ଠାନ ବନ୍ଦ ରହିଥାଏ, ତେବେ ପିଲାମାନେ ନିଜ ଘରେ ଏହାକୁ କରିବାକୁ ଶିକ୍ଷାନୁଷ୍ଠାନ କର୍ତୃପକ୍ଷ ଉତ୍ସାହିତ କରିବେ । ପ୍ରୋଜେକ୍ଟଗୁଡ଼ିକୁ ଆରଡିସି ୱେବସାଇଟରେ ଶିକ୍ଷାନୁଷ୍ଠାନ ନାମ ସହ ପ୍ରଦର୍ଶିତ କରାଯିବ । ଶ୍ରେଷ୍ଠ ବିବେଚିତ କ୍ରାଫ୍ଟକୁ ଜାତୀୟସ୍ତରରେ ପୁରସ୍କୃତ କରାଯିବାର ବ୍ୟବସ୍ଥା ରହିଛି । ସାଧାରଣତନ୍ତ୍ର ଦିବସ ଉପରେ ୫ଟି ବିଷୟବସ୍ତୁକୁ ନେଇ ଜାନୁଆରି ୨୫ ସୁଦ୍ଧା ଶିକ୍ଷାନୁଷ୍ଠାନରେ ବକ୍ତୃତା, ନାଟକ, ପ୍ରବନ୍ଧ ଲିଖନି ଆଦି କରିବାକୁ ପରାମର୍ଶ ଦିଆଯାଇଛି । କୋଭିଡ ଗାଇଡଲାଇନ ମଧ୍ୟରେ ଉକ୍ତ କାର୍ଯ୍ୟକ୍ରମ କରିବାକୁ ୟୁଜିସି ଅଧୀନ ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକୁ ନିର୍ଦେଶ ଦିଆଯାଇଛି ।

Powered by Froala Editor

Tags Republic day

Related articles Odisha News Lens 4.1

  • ଏପରି କଲେ ଜୀବନରେ ମିଳେ ଅନେକ ସଫଳତା
    ବିଶେଷ

    ଏପରି କଲେ ଜୀବନରେ ମିଳେ ଅନେକ ସଫଳତା

    15535
    May 12, 2026
  • ସୁନା ୧୪ ହଜାର, ରୁପା ୩୦ ହଜାର ବଢିଲା
    ଦେଶ-ଦେଶାନ୍ତର

    ସୁନା ୧୪ ହଜାର, ରୁପା ୩୦ ହଜାର ବଢିଲା

    13621
    May 13, 2026
  • ପରସ୍ପରକୁ ଅନଫଲୋ କଲେ ମୌନି ଏବଂ ସୂରଜ
    ମନୋରଞ୍ଜନ

    ପରସ୍ପରକୁ ଅନଫଲୋ କଲେ ମୌନି ଏବଂ ସୂରଜ

    13558
    May 13, 2026
  • ପାକିସ୍ତାନରେ ପାର୍କିଂ ହୋଇଛି ଇରାନୀ ସାମରିକ ବିମାନ
    ଦେଶ-ଦେଶାନ୍ତର

    ପାକିସ୍ତାନରେ ପାର୍କିଂ ହୋଇଛି ଇରାନୀ ସାମରିକ ବିମାନ

    15035
    May 12, 2026
  • ୫୦ ପ୍ରତିଶତ ପର୍ଯ୍ୟନ୍ତ ଖସିଲା ପ୍ରଧାନମନ୍ତ୍ରୀଙ୍କ କାରକେଡ ଗାଡ଼ି ସଂଖ୍ୟା
    ଦେଶ-ଦେଶାନ୍ତର

    ୫୦ ପ୍ରତିଶତ ପର୍ଯ୍ୟନ୍ତ ଖସିଲା ପ୍ରଧାନମନ୍ତ୍ରୀଙ୍କ କାରକେଡ ଗାଡ଼ି ସଂଖ୍ୟା

    14247
    May 13, 2026
  • ୩୮ ବର୍ଷରେ ଅଖିଳେଶ ଯାଦବଙ୍କ ଭାଇ ପ୍ରତୀକଙ୍କ ଦେହାନ୍ତ
    ଦେଶ-ଦେଶାନ୍ତର

    ୩୮ ବର୍ଷରେ ଅଖିଳେଶ ଯାଦବଙ୍କ ଭାଇ ପ୍ରତୀକଙ୍କ ଦେହାନ୍ତ

    13487
    May 13, 2026
  • ଇନଷ୍ଟାଗ୍ରାମ୍‌ରେ ତ୍ରିଶା କହିଦେଲେ ମନର କଥା
    ଦେଶ-ଦେଶାନ୍ତର

    ଇନଷ୍ଟାଗ୍ରାମ୍‌ରେ ତ୍ରିଶା କହିଦେଲେ ମନର କଥା

    13743
    May 13, 2026
  • ବିକାଶମୂଳକ କାମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସହଯୋଗ କରିବାକୁ କହିଲେ ବିରୋଧୀ ଦଳ ନେତା ...
    ଦେଶ-ଦେଶାନ୍ତର

    ବିକାଶମୂଳକ କାମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସହଯୋଗ କରିବାକୁ କହିଲେ ବିରୋଧୀ ଦଳ ନେତା ...

    13625
    May 12, 2026
  • ନିଟ୍‌-ୟୁଜି ପ୍ରଶ୍ନପତ୍ର ଲିକ୍‌, ନାଶିକରୁ ଗିରଫ ମୁଖ୍ୟ ଅଭିଯୁକ୍ତ
    ଦେଶ-ଦେଶାନ୍ତର

    ନିଟ୍‌-ୟୁଜି ପ୍ରଶ୍ନପତ୍ର ଲିକ୍‌, ନାଶିକରୁ ଗିରଫ ମୁଖ୍ୟ ଅଭିଯୁକ୍ତ

    15290
    May 13, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ଏପରି କଲେ ଜୀବନରେ ମିଳେ ଅନେକ ସଫଳତା

    15535
    May 12, 2026
  • ଦେଶ-ଦେଶାନ୍ତର

    ସୁନା ୧୪ ହଜାର, ରୁପା ୩୦ ହଜାର ବଢିଲା

    13621
    May 13, 2026
  • ଦେଶ-ଦେଶାନ୍ତର

    ନିଟ୍‌-ୟୁଜି ପ୍ରଶ୍ନପତ୍ର ଲିକ୍‌, ନାଶିକରୁ ଗିରଫ ମୁଖ୍ୟ ଅଭିଯୁକ୍ତ

    15290
    May 13, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17471
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17521
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17879
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16352
    Apr 03, 2021

ବିଶେଷ

  • ଏପରି କଲେ ଜୀବନରେ ମିଳେ ଅନେକ ସଫଳତା

    15535
    May 12, 2026
  • ଏହି ଉପାୟରେ ଖାଆନ୍ତୁ ଖାଦ୍ୟ, ଜୀବନ ହେବ ସୁସ୍ଥ

    16103
    May 09, 2026
  • ଅଧିକ ମୋବାଇଲ୍ ଦେଖୁଥିଲେ ଭୋଗିବେ ଏହି ସମସ୍ୟା

    14545
    May 07, 2026
  • କେମିତି ଦୂର କରିବେ ଟେନ୍‌ସନ୍‌

    15514
    May 05, 2026
  • ଘଣ୍ଟା ଘଣ୍ଟା ଧରି ଏସି ଚାଲିଲେ ହୋଇଥାଏ ଏମିତି ଅସୁବିଧା

    15251
    May 03, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15395
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15135
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15625
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13948
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୩୮ ବର୍ଷରେ ଅଖିଳେଶ ଯାଦବଙ୍କ ଭାଇ ପ୍ରତୀକଙ୍କ ଦେହାନ୍ତ

    13487
    May 13, 2026
  • ସୁନା ୧୪ ହଜାର, ରୁପା ୩୦ ହଜାର ବଢିଲା

    13621
    May 13, 2026
  • ଭାରତ-ରୁଷିଆ ଚଳଚ୍ଚିତ୍ରଗତ ସହଯୋଗୀତା ବୈଶ୍ୱିକ ସହ-ପ୍ରଯୋଜନା, ସାଂସ୍କୃତିକ କୂଟନୀତି ଓ ସହଭାଗୀ କାହାଣୀ କଥନ ଜରିଆରେ ଏକ ମଜଭୁତ ନୂଆ ଅଧ୍ୟାୟକୁ ପ୍ରବେଶ କଲା

    14009
    May 12, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In