ରାଜଧାନୀର ଆଉ ୧୬ ଅଞ୍ଚଳକୁ ମାଇକ୍ରୋ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା
ଭୁବନେଶ୍ୱର,: ରାଜଧାନୀର ଆଉ ୧୬ ଅଞ୍ଚଳକୁ ମାଇକ୍ରୋ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ସମ୍ପୃକ୍ତ ଅଞ୍ଚଳରୁ ଏକାଧିକ କୋଭିଡ୍ ପଜିଟିଭ୍ ବାହାରିବା ପରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।
ଦକ୍ଷିଣ-ପୂର୍ବ ଜୋନ୍ର ୫ଟି ଜୋନ୍କୁ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ କରାଯାଇଛି । ସେଥିମଧ୍ୟରେ ସହିଦନଗର ପ୍ଲଟ୍ ନଂ ୬୨୧, ଝାରପଡ଼ା ବାଲାଜୀ କମ୍ପେ୍ଲକ୍ସ, ଅଶୋକନଗର ପ୍ଲଟ ନଂ ୭, ଦିବ୍ୟପ୍ରଭାବ ଆପାର୍ଟମେଣ୍ଟ ରହିଛି । ସେହିପରି ଦକ୍ଷିଣ-ପଶ୍ଚିମ ଜୋନ୍ର ଆଇଗିଣିଆ ଶ୍ରୀକ୍ଷେତ୍ର ବିହାର ପ୍ଲଟ୍ ନଂ ଏଚ୍ଜି ୧୦, ଏସ୍ଓଏସ୍ ଭିଲେଜ୍ ଏବଂ ସିଦ୍ଧାର୍ଥ ବିହାର ପ୍ଲଟ ନଂ ୧୪୦କୁ ମାଇକ୍ରୋ କଣ୍ଟେନ୍ମେଣ୍ଟ ଜୋନ ଘୋଷଣା କରାଯାଇଛି । ଉତ୍ତର ଜୋନର ୭ଟି ଅଞ୍ଚଳକୁ ମଧ୍ୟ ମାଇକ୍ରୋ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା ହୋଇଛି ।
ଏସବୁ ସ୍ଥାନରେ ଯାତାୟାତ ଉପରେ ପ୍ରତିବନ୍ଧକ ଲଗାଇଛି ବିଏମ୍ସି । ଏହି ଅଞ୍ଚଳରେ ବିଏମ୍ସି ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ । ଏହାସହ ସମ୍ପୃକ୍ତ ଅଞ୍ଚଳକୁ ସାନିଟାଇଜ୍ କରିବା ଓ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ହୋମ୍ କ୍ୱାରେଣ୍ଟାଇନ୍ରେ ରହିବାକୁ ନିର୍ଦ୍ଦେଶ ଦେଇଛି ବିଏମ୍ସି ।
Powered by Froala Editor