ଶୁଭେନ୍ଦୁଙ୍କ ପିଏ ହତ୍ୟାକାଣ୍ଡ: ୟୁପିଆଇ ପେମେଣ୍ଟ ପାଇଁ ଧରାପଡ଼ିଲେ ୩ ସନ୍ଦିଗ୍ଧ
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଅତି ନିକଟତର ସହଯୋଗୀ ତଥା ପୂର୍ବତନ ବାୟୁସେନା କର୍ମଚାରୀ ଚନ୍ଦ୍ରନାଥ ରଥଙ୍କ ହତ୍ୟା ମାମଲାରେ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT) ଉତ୍ତରପ୍ରଦେଶରେ ଚଢ଼ାଉ କରି ୩ ଜଣ ସନ୍ଦିଗ୍ଧଙ୍କୁ ହେପାଜତକୁ ନେଇଛି । ଏହି ଗିରଫଦାରୀ ପଛରେ ଜଣେ ଅପରାଧୀର ଗୋଟିଏ ‘ଡିଜିଟାଲ୍ ଭୁଲ୍’ ପୁଲିସ ପାଇଁ ବରଦାନ ସାଜିଛି । ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା କାରରେ ଏମାନେ ଥିଲେ। ପୋଲିସ ୩ ଅଭିଯୁକ୍ତଙ୍କୁ ଗୁପ୍ତ ସ୍ଥାନରେ ରଖି ପଚରାଉଚରା କରୁଛି। ହତ୍ୟାକାଣ୍ଡ ପୂର୍ବରୁ ଏମାନେ ୟୁପିଆଇରେ ଟୋଲ୍ ପେମେଣ୍ଟ କରିଥଇଲେ। ଯେଉଁ ତଥ୍ୟକୁ ଆଧାର କରି ପୋଲିସ ସେମାନଙ୍କ ପାଖରେ ପହଞ୍ଚିଛି।
ଚନ୍ଦ୍ରନାଥ ହତ୍ୟା ପୂର୍ବରୁ ହାୱାଡ଼ା ବାଲି ଟୋଲ ଗେଟ୍ ଦେଇ ଏକ ସିଲ୍ଭର ରଙ୍ଗର କାର ଆସିଥିଲା। ସେହି କାରରେ ୩ ଜଣ ବସିଥିଲେ। ସେମାନେ ଟୋଲ ଗେଟ୍ରେ ନଗଦ ଟଙ୍କା ନଦେଇ ୟୁପିଆଇ ପେମେଣ୍ଟରେ କରିଥିଲେ। ଅଭିଯୋଗ ଅନୁସାରେ ସେହି କାରଟି ଚନ୍ଦ୍ରନାଥଙ୍କ କାରକୁ ପିଛା କରିଥିଲା। ଏପରିକି ତାଙ୍କୁ ସ୍କୋର୍ପିଓକୁ ଅଟକାଇବାରେ ସାହାଯ୍ୟ କରିଥିଲା।
ହେପାଜତକୁ ନିଆଯାଇଥିବା ସନ୍ଦିଗ୍ଧମାନଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ହେଉଛି ରାଜ ସିଂ । ସୂଚନା ଅନୁଯାୟୀ, ରାଜ ସିଂ ମୂଳତଃ ବଲିଆର ବାସିନ୍ଦା ହୋଇଥିବା ବେଳେ ସେ ବିହାରର ବକ୍ସର ଅଞ୍ଚଳରେ ରହୁଥିଲା । ହତ୍ୟାକାଣ୍ଡ ପରେ ସେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ଆତ୍ମଗୋପନ କରିଥିଲା । କୋଲକାତା ପୁଲିସ ଏବଂ ଅଯୋଧ୍ୟା ପୁଲିସର ଏକ ମିଳିତ ଅପରେସନରେ ତାକୁ କାବୁ କରାଯାଇ କୋଲକାତା ଅଣାଯାଇଛି ।
ହତ୍ୟା ପୂର୍ବରୁ ଅପରାଧୀମାନେ ବ୍ୟବହାର କରୁଥିବା କାର୍ ଯେତେବେଳେ ହାଓଡ଼ାର ବାଲି ଟୋଲ୍ ପ୍ଲାଜା ଅତିକ୍ରମ କରିଥିଲା, ସେଠାରେ ସେମାନେ ନଗଦ ଟଙ୍କା କିମ୍ବା ଫାସଟ୍ୟାଗ୍ ବଦଳରେ UPI ମାଧ୍ୟମରେ ଟୋଲ୍ ଦେୟ ପୈଠ କରିଥିଲେ । ଏହି ଗୋଟିଏ ଡିଜିଟାଲ୍ ଟ୍ରାଞ୍ଜାକସନ୍ ପୋଲିସକୁ ହତ୍ୟାକାରୀଙ୍କ ମୋବାଇଲ୍ ନମ୍ବର ଏବଂ ବ୍ୟାଙ୍କ୍ ଡିଟେଲ୍ସ ପର୍ଯ୍ୟନ୍ତ ପହଞ୍ଚାଇ ଦେଇଥିଲା । ହତ୍ୟାକାଣ୍ଡ ପରେ ସେହି କାରରେ ଅଭିଯୁକ୍ତମାନେ ଚମ୍ପଟ ମାରିବାକୁ ଚେଷ୍ଟା ଥିଲେ। ହେଲେ ଦୋହରିଆଠାରେ ସେହି କାରକୁ ଛାଡ଼ି ଅନ୍ୟ ଏକ ଗାଡ଼ିରେ ପଳାଇ ଯାଇଥିଲେ। ପୋଲିସ ସେହି କାରକୁ ଜବତ କରିଥିଲା।
Powered by Froala Editor