‘ଗାର୍ଡ’ ନୁହେଁ, ଏଣିକି ‘ଟ୍ରେନ୍ ମ୍ୟାନେଜର’ କୁହାଯିବ

ଏଣିକି ଏବେ ଭାରତୀୟ ରେଳବାଇରେ ‘ଗାର୍ଡ’ଙ୍କୁ ‘ଟ୍ରେନ ମ୍ୟାନେଜର’ କୁହାଯିବ । ରେଳବାଇ ପକ୍ଷରୁ ଏହି ବିଷୟରେ ନିର୍ଦ୍ଦେଶ ଜାରି କରାଯାଇଛି । ଭାରତୀୟ ରେଳବାଇ ‘ଗାର୍ଡ’ ପଦବୀକୁ ‘ଟ୍ରେନ ମ୍ୟାନେଜର’ ଭାବରେ ପରିବର୍ତ୍ତନକୁ ନିଷ୍ପତ୍ତି ନେବା ସହିତ ତାହାକୁ ତୁରନ୍ତ କାର୍ଯ୍ୟକାରୀ କରିଛି । ଗାର୍ଡମାନେ ସଂପ୍ରତି ଯେଉଁଭଳି କର୍ତ୍ତବ୍ୟ ଓ ଦାୟିତ୍ୱ ନିର୍ବାହ କରୁଛନ୍ତି ତାହାକୁ ଦୃଷ୍ଟିରେ ରଖି ସେମାନଙ୍କ ପଦବୀର ନାମ ପରିବର୍ତ୍ତନ କରାଯାଇଥିବା ରେଳବାଇ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି । ତେବେ ପେ ସ୍କେଲରେ କୌଣସି ପରିବର୍ତ୍ତନ ହେବନି । ନିଯୁକ୍ତି ପ୍ରକ୍ରିୟାରେ ମଧ୍ୟ କୌଣସି ପରିବର୍ତ୍ତନ ହେବନି । ସେମାନଙ୍କ କର୍ତ୍ତବ୍ୟରେ ମଧ୍ୟ ପରିବର୍ତ୍ତନ ହେବନି ।
କେବଳ ଗାର୍ଡ ବଦଳରେ ଟ୍ରେନ୍ ମ୍ୟାନେଜର କୁହାଯିବ ଏହି ପ୍ରସଙ୍ଗରେ ଗୁରୁବାର ଦିନ ରେଳ ମନ୍ତ୍ରଣାଳୟ ପକ୍ଷରୁ ଏକ ନିର୍ଦ୍ଦେଶ ଜାରି କରାଯାଇଛି। ରେଲୱେ ବୋର୍ଡ ଆସିଷ୍ଟାଣ୍ଟ ଗାର୍ଡକୁ ‘ଆସିଷ୍ଟାଣ୍ଟ ପାସେଞ୍ଜର ଟ୍ରେନ୍ ମ୍ୟାନେଜର’ ଏବଂ ସିନିୟର ପାସେଞ୍ଜର ଗାର୍ଡକୁ ‘ସିନିୟର ପାସେଞ୍ଜର ଟ୍ରେନ୍ ମ୍ୟାନେଜର’ ଗୁଡସ୍ ଗାର୍ଡଙ୍କୁ ଗୁଡସ୍ ଟ୍ରେନ୍ ମ୍ୟାନେଜର ସମ୍ବୋଧନ କରାଯିବ ବୋଲି ଭାରତୀୟ ରେଳବାଇ ନିଷ୍ପତ୍ତି ନେଇଛି । ଏହାଦ୍ୱାରା ସେମାନଙ୍କର ମନୋବଳ ବୃଦ୍ଧି ଘଟିବ ବୋଲି କୁହାଯାଇଛି ।
Powered by Froala Editor