QR କୋଡ୍ ସ୍କାନ କରି ଟଙ୍କା ପୈଠ କରୁଥିଲେ ହୋଇଯାଆନ୍ତୁ ସତର୍କ
ଯଦି ଆପଣ QR କୋଡ୍ ସ୍କାନ କରି ଟଙ୍କା ପୈଠ କରୁଛନ୍ତି, ତେବେ ସତର୍କ ହୋଇଯାଆନ୍ତୁ । କାରଣ ଆପଣ ହ୍ୟାକର୍ସଙ୍କ ଟାର୍ଗେଟ୍ରେ ଆସି ପାରନ୍ତି। ଏଭଳି ଚେତାବନୀ ଦେଇଛନ୍ତି ବିଶେଷଜ୍ଞ ।
ଠକଙ୍କ ନୂତନ ଚାଲ୍ ଅନୁଯାୟୀ QR କୋଡ୍ ବିଶିଷ୍ଟ ଏକ ଫିଶିଂ ଇମେଲ୍ ସାମ୍ନାକୁ ଆସିଛି। ଏହାକୁ ସ୍କାନ କଲେ ଆପଣଙ୍କ ଫୋନ୍ ମେଲଓ୍ଵେରରେ ସଂକ୍ରମିତ ହେବନି, କିନ୍ତୁ ଏହା ଜରିଆରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟର ସବିଶେଷ ତଥ୍ୟ ଏବଂ ବ୍ୟକ୍ତିଗତ ତଥ୍ୟ ହ୍ୟାକରଙ୍କ ପାଖକୁ ଚାଲିଯିବ। ସିଏନଇଟି ନିଜର ରିପୋର୍ଟରେ ଏହି ସୂଚନା ଦେଇଛି।
ଲୋକମାନେ ଖୁବ ସହଜରେ ଠକମାନଙ୍କ ଏହି ଜାଲରେ ଫସୁଛନ୍ତି, କାରଣ ତାଙ୍କ ସାମ୍ନାରେ ଥିବା QR କୋଡ୍ ଏକ ସାଧାରଣ QR କୋଡ୍ ଭଳି ଦେଖାଏ, ଆଉ ଏହାକୁ ସ୍କାନ କରିବା ପରେ ସେମାନେ ଠକାମିର ଶିକାର ହୋଇଯାଆନ୍ତି। F5ର ସାଇବର ସୁରକ୍ଷା ବିଶେଷଜ୍ଞ ଆଞ୍ଜେଲ ଗ୍ରାଣ୍ଟ କହିଛନ୍ତି, ‘ଯେବେ ବି କିଛି ନୂଆ ଟେକ୍ନିକ୍ ସାମ୍ନାକୁ ଆସେ, ସାଇବର ଅପରାଧୀ ଏହାର ଫାଇଦା ଉଠାଇବା ପାଇଁ ବିଭିନ୍ନ ବାଟ ଖୋଜିବାକୁ ଉଦ୍ୟମ କରନ୍ତି। କାରଣ ଏଦ୍ୱାରା ଲୋକଙ୍କ ସହିତ ହେରଫେର କରିବା ସହଜ ହୋଇଯାଏ। ସେପଟେ ସାଧାରଣ ଲୋକେ ମଧ୍ୟ ଠକଙ୍କ ଏଭଳି ଚାଲ୍କୁ ବୁଝିପାରନ୍ତି ନାହିଁ।’ ବିଶେଷଜ୍ଞ QR କୋଡ୍ ସ୍କାନ କରିବା ସମୟରେ ସାବଧାନ ରହିବାକୁ କହିଛନ୍ତି।
Powered by Froala Editor